Saturday, October 10, 2026
30.1 C
Odisha

    ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ

    ଆଗକୁ ପଢନ୍ତୁ

    ମଣିପୁର : ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଇସ୍ତଫା ଦେଇଛନ୍ତି । ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସହ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଏନ ବିରେନ ସିଂହ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ ଏନ୍. ବିରେନ୍ ସିଂହ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।

    ସୂଚନାଯୋଗ୍ୟ ଏନ୍ ବିରେନ ସିଂହ ଗତକାଲି ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।ଆଜି ସକାଳେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ତାପରେ ରାଜ୍ୟକୁ ଫେରି ସେ ଇସ୍ତଫା ଦେଇଥିଲେ ।ମଣିପୁରରେ ବିଧାନସଭା ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବାର ଥିଲା। ଦିଲ୍ଲୀ ଆସିବା ପୂର୍ବରୁ ରାଜ୍ୟରେ ଫେବ୍ରୁଆରି ୧୦ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନକୁ ନେଇ ଗତକାଲି ଏନ୍. ବିରେନ୍ ସିଂହ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବାଧୀନ ଶାସକ ମେଣ୍ଟର ବିଧାୟକମାନଙ୍କ ସହ ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଅତି କମରେ ୨୦ ଜଣ ବିଧାୟକ ଉପସ୍ଥିତ ଥିଲେ। ସିଂହଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଥିବାରୁ ଏହି ବୈଠକ ଆୟୋଜନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ