Wednesday, September 16, 2026
30.2 C
Odisha

    ଇସ୍ରାଏଲ ଆକ୍ରମଣରେ ପ୍ରମୁଖ ଜେନେରାଲଙ୍କ ମୃତ୍ୟୁ ଘଟଣା, ଯୁଦ୍ଧ ଘୋଷଣା କରିବ ଇରାନ !

    ଆଗକୁ ପଢନ୍ତୁ

    ୨୦୨୦ରେ ଇରାନର ‘ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ(ଆଇଆରଜିସି)ର ପ୍ରମୁଖ ଜେନେରାଲ କ୍ୟାସିମ୍‌ ସୋଲେମାନି ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିଲେ। ଆଇଆରଜିସିର ଅନ୍ୟତମ ସେନା ୱିଙ୍ଗ ‘ ଅଲ୍‌ କୁଦ୍‌ ଫୋର୍ସ’ର ମୁଖ୍ୟ ଭାବେ ଜେନେରାଲ ସୋଲେମାନୀ ସେତେବେଳେ ବାଗଦାଦ୍‌ରେ ରହି ନିଜର କାର୍ଯ୍ୟ ଚଳାଇଥିଲା ବେଳେ ଏଠାକାର ବିମାନ ବନ୍ଦର ଦେଇ ଯାଉଥିବା ବେଳେ ଆମେରିକାର ଡ୍ରୋନ ଆକ୍ରମଣର ଶିକାର ହୋଇଥିଲେ। ଏହି ବିଷୟକୁ ନେଇ ସେତେବେେ ଇରାନ ଆମେରିକା ଉପରେ କ୍ଷୁବ୍ଧ ହେବା ସହିତ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ପରୋକ୍ଷ ଯୁଦ୍ଧ ଘୋଷଣା କରିଥିଲା। ଇରାନ ସହ ଇରାକ୍‌, ୟେମେନ ଏବଂ ସିରିୟାର ବହୁ ଆତଙ୍କବାଦୀ ସଂଗଠନ ସମୂହ ଭାବେ ଆମେରିକା ବିରୋଧରେ ଲଢିବାକୁ ପଣ କରିଥିଲେ। ହିଜବୁଲ୍ଲା, ହମାସ୍‌ ଏବଂ ହୁତିଶ୍‌ ଭଳି ସଂଗଠନ ଆରମ୍ଭ କରିଥିବା ଆମେରିକା ବିରୋଧୀ ଯୁଦ୍ଧ ଆଜି ବି ଜାରି ରହିଛି।

    କିନ୍ତୁ ଏହି ଘଟଣା ଇରାନ ମନରୁ ଲିଭି ନଥିଲା ବେଳେ ଇସ୍ରାଏଲ ଆକ୍ରମଣରେ ଗତକାଲି ଆଇଆରଜିସିର ଆଉ ଜଣେ ଟପ୍‌ ଜେନେରାଲଙ୍କ ମୃତ୍ୟୁ ହେବା ଘଟଣା ଇରାନକୁ ଦୋହଲାଇ ଦେଇଛି। ସିରିଆର ଡାମାସ୍‌କସ୍‌ସ୍ଥିତ ଇରାନ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ବିଲ୍ଡିଂ ଉପର ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିଥିଲା ବେଳେ ଏଥିରେ ଇରାନ ଆଇଆରଜିସିର ମେଜର ଜେନେରାଲ ମହମ୍ମଦ ରେଜା ଜାହେଦିଙ୍କ ମୃତ୍ୟୁ ହୋଇଛି। ମହମ୍ମଦ ରେଜା ସିରିଆ ଏବଂ ଲେବାନନରେ ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଆଇଆରଜିସି କମାଣ୍ଡିଂ ନେତୃତ୍ବ ନେଇଥÒଲେ। ତାଙ୍କ ଛଡ଼ା ଏହି ଘଟଣାରେ ବ୍ରିଗେଡିୟର ଜେନେରାଲ ମହମ୍ମଦ ହାଦି ହାଜି ରାହିମିଙ୍କ ମୃତ୍ୟୁ ହେବା ଘଟଣା ଇରାନ ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି। ଏହି ଘଟଣା ପରେ ସୋମବାର ମଧ୍ୟ ରାତ୍ରରେ ଇରାନ ରାଷ୍ଟ୍ରପତି ରାଇସି ସୁପ୍ରିମ ନ୍ୟାସନାଲ ସୁରକ୍ଷା ପରିଷଦ ବୈଠକ ଡକାଇ ପରବର୍ତ୍ତୀ ପଦକ୍ଷେପ ପାର୍ଇ ଆଲୋଚନା କରିଛନ୍ତି। କେବଳ ଆଲୋଚନା ନୁହେଁ, ଇରାନ ତୁରନ୍ତ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଇରାନ ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବା ଅର୍ଥ ଆମେରିକା ସହିତ ପରୋକ୍ଷ ଯୁଦ୍ଧ କରିବା ସହ ସମାନ। ଯଦି ଇୀରାନ ଏଭଳି କିଛି ପଦକ୍ଷେପ ନିଏ ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ପୁଣିଥରେ ଗମ୍ଭୀର ହେବାର ଆଶଙ୍କା ବଢିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ