Saturday, October 3, 2026
24.7 C
Odisha

    ଇସ୍ରାଏଲ ଆକ୍ରମଣରେ ହମାସ୍ ମୁଖ୍ୟ ସିନଓ୍ବାର ନିହତ

    ଆଗକୁ ପଢନ୍ତୁ

    ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହିୟା ସିନୱାର ନିହତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏ ସଂପର୍କରେ ଆଇଡିଏଫ ( ଇସ୍ରାଏଲ ସେନା) କହିଛି ଯେ ଗାଜାରେ ଏହି ଅପରେସନ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ୟାହିୟା ସିନୱାର ମଧ୍ୟ ଥିଲେ କି ନାହିଁ ତାହାର ତଦନ୍ତ କରୁଛି ଆଇଡିଏଫ ଏବଂ ଆଇଏସଏ । ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଆଇଡିଏଫ କହିଛି ଯେ ଏଭଳି ପରିସ୍ଥିତିରେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ। ଇସ୍ରାଏଲ ସେନା ୟାହିୟା ସିନୱାର ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଯେଉଁ କୋଠାରେ ଏହି ଆତଙ୍କବାଦୀମାନେ ନିହତ ହୋଇଥିଲେ ସେଠାରେ ଇସ୍ରାଏଲ କଏଦୀଙ୍କ କୌଣସି ଚିହ୍ନ ନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ