Thursday, April 9, 2026
25.5 C
Odisha

    ଇସ୍ରାଏଲ ପାଇଁ ହମାସର ଅପମାନଜନକ ଚୁକ୍ତି: ୪ ଶବ ବଦଳରେ ୬ ଶହ କଏଦୀଙ୍କୁ ଫେରାଇବ

    ଆଗକୁ ପଢନ୍ତୁ

    କାଇରୋ: ଆଉ ଅଳ୍ପ ଦିନ ପରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ଚୁକ୍ତି ଶେଷ ହେବ। ଏହି ସମୟରେ, ପଣବନ୍ଦୀ ଥିବା ୪ ଇସ୍ରାଏଲ ନାଗରିକଙ୍କ ମୃତଦେହ ବଦଳରେ ଇସ୍ରାଏଲ ନିକଟରେ ବନ୍ଦୀ ଥିବା ୬ ଶହ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଛାଡ଼ିବାକୁ ହମାସ ପ୍ରସ୍ତାବ ରଖିଛି। ଇସ୍ରାଏଲ ଏଭଳି ଅପମାନଜନକ ଚୁକ୍ତି କାର୍ଯ୍ୟକାରୀ କରିବା ନେଇ ଚିନ୍ତାରେ ପଡ଼ିଯାଇଛି।ଆତଙ୍କୀ ସଂଗଠନ ହମାସ ମୁଖପାତ୍ର ଅବଦୁଲ୍‌ ଲତିଫ୍‌ ଅଲ୍‌ କାନଉ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛି ସେ କହିଛି, ଆସନ୍ତାକାଲି (ଗୁରୁବାର) ଇସ୍ରାଏଲ୍‌ ନିକଟରେ ବନ୍ଦୀ ଥିବା ୬ଶହ ପାଲେଷ୍ଟାଇନ୍‌ ବନ୍ଦୀଙ୍କ ବିନିମୟରେ ୪ ଇସ୍ରାଏଲ ନାଗରିକଙ୍କ ମୃତଦେହକୁ ଫେରାଯିବ। ଅନ୍ୟପକ୍ଷରେ ପଣବନ୍ଦୀ ଥିବା ଇସ୍ରାଏଲ୍‌ ନାଗରିକଙ୍କ ମୁକ୍ତି ସମୟରେ ସେମାନଙ୍କ ପ୍ରତି ଅମାନବୀୟ ଆଚରଣ କରାଯାଉଥିବା ଅଭିଯୋଗ କରି ଇସ୍ରାଏଲ୍‌ ୬୦୦ ପାଲୋଷ୍ଟାଇନ୍‌ କଏଦୀଙ୍କ ମୁକୁଳାଇବା କାର୍ଯ୍ୟକ୍ରମକୁ ଗତ ଶନିବାର ଠାରୁ ଅଟକାଇ ରଖିଛି। ୪ ପଣବନ୍ଦୀଙ୍କ ମୃତଦେହକୁ ହମାସ ଫେରାଇବ ବୋଲି ଇସ୍ରାଏଲ କହିଥିଲେ ମଧ୍ୟ ନିଜ ନିକଟରେ ବନ୍ଦୀ ଥିବା ପାଲୋଷ୍ଟାଇନ୍‌ ନାଗରିକଙ୍କ ମୁକ୍ତି ସମ୍ପର୍କରେ କୌଣସି ସ୍ପଷ୍ଟ କରିନାହିଁ। ଇସ୍ରାଏଲ ଏବେ ହମାସ ନିକଟରେ ତିନିଟି ପ୍ରସ୍ତାବ ରଖିଛି, ତାହାହେଲା- ପୂର୍ଣ୍ଣ ଭାବେ ଗାଜା ଉପରୁ ଇସ୍ରାଏଲର ନିୟନ୍ତ୍ରଣ ପ୍ରତ୍ୟାହାର, ୮ ମାର୍ଚ ସୁଦ୍ଧା ବଳକା ପଣବନ୍ଦୀଙ୍କୁ ଖଲାସ, ନଚେତ ପୁନଃ ଯୁଦ୍ଧ ଜାରି ରଖିବା।

    ଅନ୍ୟପକ୍ଷରେ, ଆସନ୍ତା ୮ ବର୍ଷ ଗାଜା ଉପରେ ଇଜିପ୍ଟ ଶାସନ କରୁ ବୋଲି ଇସ୍ରାଏଲ ବିରୋଧୀ ଦଳ ନେତା ୟାଇର୍‌ ଲାପିଡ୍‌ ଦେଇଥିବା ପ୍ରସ୍ତାବକୁ ଇଜିପ୍ଟ ଅଗ୍ରାହ୍ୟ କରିଦେଇଛି। ସୂଚନାଯୋଗ୍ୟ, ଉଭୟ ପକ୍ଷର ଚୁକ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ସମୟରେ ୩୩ ଜୀବିତ ଇସ୍ରାଏଲ ପଣବନ୍ଦୀ ଓ ୮ ପଣବନ୍ଦୀଙ୍କ ଶବକୁ ହମାସ ଫେରାଇବ ଏବଂ ଏହା ବଦଳରେ ଇସ୍ରାଏଲ୍‌ ୨ହଜାର ପାଲେଷ୍ଟାଇନ୍‌ ଯୁଦ୍ଧବନ୍ଦୀଙ୍କୁ ହମାସକୁ ହସ୍ତାନ୍ତର କରିବ। ତେବେ ଚୁକ୍ତି କାର୍ଯ୍ୟକାରୀ କରିବା ନେଇ ଏବେ ନାନା ସଙ୍କଟ ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.5 ° C
    25.5 °
    25.5 °
    65 %
    1.5kmh
    22 %
    Wed
    26 °
    Thu
    37 °
    Fri
    37 °
    Sat
    39 °
    Sun
    42 °

    ସମ୍ବନ୍ଧିତ