ସମୁଦାୟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦.୦୦ ଘଟିକାରୁ ୧୧.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ସେହିପରି ଦ୍ଵିତୀୟ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ଅପରାହ୍ନ ୩.୦୦ ଘଟିକାରୁ ୪.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ପ୍ରଥମ ଦିନରେ (ମେ’ ୫ ତାରିଖ ଦିନ) ବାଣିଜ୍ୟ, ବାୟୋଟେକ୍ନୋଲୋଜି, ସୋସିଓଲୋଜି, ପରିବେଶ ବିଜ୍ଞାନ, ଏଜୁକେସନ, ଆନଥ୍ରୋପୋଲୋଜି (କଳା) ଆଦି ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।

ଏପ୍ରିଲ ୩୦ ତାରିଖରୁ ଛାତ୍ରଛାତ୍ରୀମାନେ ଏସଏସବି ୱେବ୍‌ସାଇଟ୍‌ https://ssbodisha.ac.in/କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ନିଜର ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ। CPET ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।