Sunday, March 22, 2026
28.1 C
Odisha

    ଉତ୍ତରପ୍ରଦେଶରୁ ଓଡ଼ିଶାରେ ପହଞ୍ଚିଲା ୩ ଶହ ଟ୍ରକ୍ ଆଳୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ମିଳିବ ଆଳୁ।ଅପରପକ୍ଷେ ଗତକାଲି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ମନୋଜ ଜେନା ଓ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି ଯେ ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଖୁଚୁରା ବେପାରୀଙ୍କୁ ପାଇକାରୀ ବେପାରୀମାନେ ଚିଠା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଖାଉଟିମାନେ ଖୁଚୁରା ବେପାରୀଙ୍କଠାରୁ ଆଳୁ କିଣିବା ବେଳେ ଶୋଷଣର ଶିକାର ହେବେନି କି ଅଧିକ ଦାମ୍ରେ ଆଳୁ କିଣୁଛନ୍ତି ବୋଲି କହିପାରିବେନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ