ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନ ଜିତିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଛି । ପୂର୍ବରୁ ବହୁବାର ସ୍ୱାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିବା ଘାସିରାମଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି । ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି ଘାସିରାମ ।
ଚଳିତ ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପରେ ଘାସିରାମ କହିଛନ୍ତି ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହେବ । କଂଗ୍ରେସ ଜିତିବା ପାଇଁ ସବୁ ପ୍ରୟାସ କରିବ । ସବୁବେଳେ ସେ ଲୋକଙ୍କ ସହିତ ଛିଡା ହୋଇଥିବାରୁ ନୂଆପଡାବାସୀ ଏଥର ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା କରିଛନ୍ତି । ଆଦିବାସୀଙ୍କ ଚେହେରା ହୋଇଥିବା ଘାସିରାମ ପୂର୍ବରୁ ସ୍ୱାଧୀନ ଭାବେ ବହୁବାର ନିର୍ବାଚନ ଲଢି ଶାସକ ଦଳଙ୍କୁ କଡା ଟକ୍କର ଦେଇଥିବା ସତ୍ୱେ ନିର୍ବାଚନ ହାରି ଯାଇଥିଲେ । ଲୋକଙ୍କ ସେବା ପାଇଁ ସେ ସ୍ୱାଧୀନ ଭାବେ ୨୦୧୪ରେ ନିର୍ବାଚନ ଲଡି ୩୯ହଜାର ଭୋଟ ପାଇଥିବା ବେଳେ ୨୦୧୯, ୪୫ହଜାର ପାଖାପାଖି ଭୋଟ ପାଇବା ସହ ୨୦୨୪ରେ ୫୦ହଜାର ଭୋଟ ପାଇଥିଲେ । ଏଥର ଉପନିର୍ବାଚନରେ ତାଙ୍କ ପ୍ରତି ଶତପ୍ରତିଶତ ମତ ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ଶାସନ କରୁଥିବା ବିଜେପି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟର ହେବାକୁ ପ୍ରୟାସ କରୁଛି କଂଗ୍ରେସ । ଏହାସହିତ ବିଜେଡିର ପୂର୍ବ ନେତାମାନେ ମଧ୍ୟ ନୂଆପଡା ପାଇଁ କିଛି ବି କରିନଥିବା ଘାସିରାମ କହିଛନ୍ତି ।