Monday, August 18, 2025
27.1 C
Odisha

    ଉପରାଷ୍ଟ୍ରପତି ରାଧାକୃଷ୍ଣନ ଥିଲେ ଟେନିସ ଚାମ୍ପିୟନ, ୪୦ ବର୍ଷ ଧରି ରାଜନୀତି ସହିତ ଥିଲେ ଜଡିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି  ପଦ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ରବିବାର ବିଜେପି ବୈଠକ ସମୟରେ ନାମାଙ୍କନ ଘୋଷଣା କରାଯାଇଛି । ଯାହାର ସୂଚନା ବିଜେପି ଦଳର ସଭାପତି ଜେପି ନଡ୍ଡା ଦେଇଛନ୍ତି ।

    ସୂଚନାନୁଯାୟୀ, ବୈଠକରେ ଏହି ବାବଦରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ପରାମର୍ଶ କ୍ରମେ ଏଥି ପାଇଁ ରାଧା କୃଷ୍ଣନଙ୍କୁ ଚୟନ କରାଯାଇଥିଲା । ରାଧାକ୍ରିଷ୍ଣନ ବିଜେପିର ବରିଷ୍ଟ ନେତା ହୋଇଥିବାରୁ  ସେ ମଙ୍ଗଳବାର ଏନଡିଏ ବୈଠକରେ ଉପସ୍ଥିତ ଥାଇପାରନ୍ତି ବୋଲି ଅନୁମାନ କରାଯାଏ । ଯଦି ତାଙ୍କ ଯୋଗ୍ୟତା ସମ୍ପର୍କରେ କୁହାଯାଏ ତେବେ କୋଏମ୍ବାଟୁରର ଭି.ଓ. ଚିଦାମ୍ବରମ କଲେଜରୁ ବିବିଏ ପାସ୍ କରିଛନ୍ତି ।  ଏହା ସହିତ ସେ କଲେଜରେ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ଏବଂ ଦ୍ରୁତ ଦୌଡାଳି ଥିଲେ । ଏହା ଛଡ଼ା କ୍ରିକେଟ୍ ଏବଂ ଭଲିବଲ୍ ପାଇଁ ତାଙ୍କର ଦୁର୍ବଳତା ରହିଥିଲା । ଅନ୍ୟପଟେ ଯଦି ତାଙ୍କ ରାଜନୀତି କ୍ଷେତ୍ର ସମ୍ପର୍କରେ କୁହାଯିବ ତେବେ ସେ ପୂର୍ବରୁ ୧୮ ଫେବୃଆରୀ ୨୦୨୩ ରୁ ୩୦ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ସେ ତେଲେଙ୍ଗାନା ଏବଂ ପୁଦୁଚେରୀରେ ମଧ୍ୟ ଦାୟିତ୍ବ ନେଇଥିଲେ । ଏହା ବ୍ୟତୀତ ସେ ୩୧ ଜୁଲାଇ ୨୦୨୪ ଠାରୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ରହିଛନ୍ତି । ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ସଭାପତି ଥିଲେ। ୨ଥର ସାଂସଦ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ କିନ୍ତୁ ସେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି ।

    ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦବୀରୁ ଇସ୍ତପା ଦେବା ପରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । ଯାହା ସେପ୍ଟେମ୍ବର ୯ରେ କରାଯିବ । ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ଏବଂ ୨୨ରେ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    27.1 ° C
    27.1 °
    27.1 °
    85 %
    3.1kmh
    100 %
    Mon
    27 °
    Tue
    27 °
    Wed
    29 °
    Thu
    30 °
    Fri
    26 °

    ସମ୍ବନ୍ଧିତ