Sunday, April 12, 2026
27.5 C
Odisha

    ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର

    ଆଗକୁ ପଢନ୍ତୁ

    କେସିଙ୍ଗା  : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି।
    ସୋମବାର ଭୁବନେଶ୍ବରରୁ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ଓହ୍ଲାଇ ପୂର୍ବାହ୍ନ ୧୦ଟାରେ କେସିଙ୍ଗା ଅଞ୍ଚଳରେ  ପହଞ୍ଚିବେ। ପ୍ରଥମେ ବ୍ଲକର ଗୁର୍ଜିମୁଣ୍ଡାସ୍ଥିତ ଯୋଗମାୟାପୀଠରେ ନବ ନିର୍ମିତ ପାର୍କ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ କେସିଙ୍ଗା ସହରସ୍ଥିତ  ପିଏମ ଶ୍ରୀ  ହାଇ ସ୍କୁଲରେ ନବ ନିର୍ମିତ ବାଳକ ହଷ୍ଟେଲ ଉଦ୍‌ଘାଟନ କରିବେ। କନ୍ତେଶିର ଗ୍ରାମସ୍ଥିତ ମାଇନର ଇରିଗେସନ ବିଭାଗ ପକ୍ଷରୁ ନିର୍ମିତ ଟୋରିଜାମ ସ୍ପଷ୍ଟକୁ ଉଦ୍‌ଘାଟନ କରିବେ ବୋଲି କେସିଙ୍ଗା ବିଡିଓ  ଜନ୍ମେଜୟ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ