Tuesday, September 29, 2026
24.9 C
Odisha

    ଉଲଫା ସ୍ଥିତି ଆକଳନ ପାଇଁ ଟ୍ରିବ୍ୟୁନାଲ ଗଠନ କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ- ଉଲଫାକୁ ବେଆଇନ ସଂଘ ଘୋଷଣା କରିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଟ୍ରିବ୍ୟୁନାଲ ଏହାର ଗୋଷ୍ଠୀ, ଶାଖା ଏବଂ ଆଗଧାଡ଼ିର ସଂଗଠନଗୁଡ଼ିକର ଅନୁଧ୍ୟାନ କରିବେ। ଏହି ଟ୍ରିବ୍ୟୁନାଲର ନେତୃତ୍ୱ ନେବେ ଗୌହାଟୀ ହାଇକୋର୍ଟର ବିଚାରପତି ମାଇକେଲ ଜୋଥାନଖୁମା।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଲଫା ଉପରେ ଲାଗିଥିବା ନିଷେଧାଦେଶକୁ ୫ ବର୍ଷ ପାଇଁ ବୃଦ୍ଧି କରିଥିଲା। ଅପରାଧିକ କାର୍ଯ୍ୟକଳାପ, ଦାଦାବଟି ଆଦାୟ ଏବଂ ଭାରତରୁ ଅଲଗା ହେବା ଉଦ୍ଦେଶ୍ୟରେ ସଂଗଠନର ନିରନ୍ତର ସମ୍ପୃକ୍ତି ଥିବା ମନ୍ତ୍ରଣାଳୟ ଦର୍ଶାଇଛି। ୧୯୯୦ ମସିହାରେ ପ୍ରଥମେ ଏହି ସଂଗଠନକୁ ନିଷିଦ୍ଧ କରାଯାଇଥିଲା ଏବଂ ସେବେଠାରୁ ଏହି ନିଷେଧାଦେଶକୁ ବୃଦ୍ଧି କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ