Tuesday, March 17, 2026
24.7 C
Odisha

    ଏଆଇ ଇମ୍ପାକ୍ଟ ସମିଟରେ ସାର୍ଟଲେସ ପ୍ରତିବାଦ ମାମଲା, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ସାର୍ଟଲେସ ପ୍ରତିବାଦ ମାମଲାରେ ଦିଲ୍ଲୀ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିଲ୍ଲୀ ପୋଲିସ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବଙ୍କୁ ଗିରଫ କୋର୍ଟରେ ହାଜର କରିଛି । ଆଉ ୭ ଦିନର ରିମାଣ୍ଡ ମାଗିଛି ପୋଲିସ ।

    ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏଆଇ ସମିଟରେ ପ୍ରତିବାଦ ଯୋଜନା କରିବାରେ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ଭୂମିକା ଗ୍ରହଣ କରିଥିଲେ । ପ୍ରାୟ ୧୫ ଘଣ୍ଟା ପଚରାଉଚରା ପରେ ଉଦୟ ଭାନୁଙ୍କୁ ଗିରଫ କରାଯାଇଛି । ଆଜି ଉଦୟ ଭାନୁ ଚିବଙ୍କୁ କୋର୍ଟରେ ହାଜର କରାଯାଇଛି।

    ଉଦୟ ଭାନୁଙ୍କୁ ଗିରଫ ପରେ ତାଙ୍କ ବାପା ମାମଲାରେ ନିଜ ବୟାନ ଦେଇଛନ୍ତି । ସେ କହିଛନ୍ତି, ଉଦୟ କିଛି ବି ଭୁଲ୍ କରିନି, ମୋ ପୁଅ ଉପରେ ମୁଁ ଗର୍ବ କରୁଛି । ସେ ଦେଶର ଯୁବକ ଏବଂ ଚାଷୀଙ୍କ ପାଇଁ ଲଢେଇ ଜାରି ରଖିଛି । ଈଶ୍ବରଙ୍କୁ ପ୍ରାର୍ଥନା କରୁଛି କି, ସେ ତାକୁ ଶକ୍ତି ଦିଅନ୍ତୁ ।

    ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଚାଲିଥିବା ସମୟରେ ଯୁବ କଂଗ୍ରେସ କର୍ମୀଙ୍କ ଏକ ଗୋଷ୍ଠୀ ସାର୍ଟଲେସ୍ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ସୁରକ୍ଷା କର୍ମୀମାନେ ସେମାନଙ୍କୁ ବାହାର କରିବା ପୂର୍ବରୁ ସେମାନେ ସରକାର ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ସ୍ଲୋଗାନ ଲେଖାଥିବା ଟି-ସାର୍ଟ ଧରିଥିବାର ଦେଖାଯାଇଥିଲା । ଏହି ଘଟଣାରେ ୭ ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ