Wednesday, June 10, 2026
40.2 C
Odisha

    ଦେଶର ପ୍ରଥମ LGBTQ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ବାମୀ, ଟିଏମସିରୁ କରିବେ ପ୍ରତିନିଧିତ୍ବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ଐତିହାସିକ ମୁହୂର୍ତ୍ତ । ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ୱାମୀ । ରାଜ୍ୟସଭାରେ ଟିଏମସିରୁ କରିବେ ପ୍ରତିନିଧିତ୍ଵ । ୫୧ ବର୍ଷୀୟା ବରିଷ୍ଠ ଓକିଲ ମେନକା ସାର୍ବଜନିନ ଭାବେ ନିଜକୁ LGBTQ ସମ୍ପ୍ରଦାୟର ବୋଲି ପରିଚିତ କରାଇଛନ୍ତି ।

    ୨୦୧୮ର ସେହି ଐତିହାସିକ ଆଇନଗତ ଲଢ଼େଇରେ ବିଜୟର ଶ୍ରେୟ ମେନକାଙ୍କୁ ଯାଇଥାଏ । ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ । ମେନକା ଗୁରୁସ୍ଵାମୀ ଶପଥ ନେବା ପରେ କହିଛନ୍ତି ଯେ, ସମ୍ବିଧାନର ମୂଲ୍ୟବୋଧ, ସମାନତା, ନ୍ୟାୟ ଏବଂ ଭେଦଭାବ ରହିତ ସମାଜକୁ ମଜବୁତ କରିବା ତାଙ୍କ ଉଦ୍ଦେଶ୍ୟ । ତାଙ୍କର ଏହି ପରିଚୟ ସେହି ଲୋକଙ୍କ ପାଇଁ ଆଶାର କିରଣ ପାଲଟିବ ଯେଉଁମାନେ ସମାଜରେ ବରାବର ହେବା ପାଇଁ ଏବେବି ଲଢେଇ କରୁଛନ୍ତି ।

    ଡ. ମେନକା ଗୁରୁସ୍ଵାମୀ ଅକ୍ସଫୋର୍ଡ ଏବଂ ହାୱାର୍ଡ ଭଳି ପ୍ରତିଷ୍ଠିତ ସଂସ୍ଥାରେ ପାଠ ପଢିବା ପରେ ସେ ଆଇନ କ୍ଷେତ୍ରରେ ନିଜର ପରିଚୟ ତିଆରି କରିଥିଲେ । ୨୦୧୮ରେ ସୁପ୍ରିମକୋର୍ଟରେ ଧାରା ୩୭୭ ବିରୋଧରେ ହୋଇଥିବା ଐତିହାସିକ ଲଢେଇରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲେ । ତାଙ୍କୁ ୨୦୧୯ ମସିହାରେ ତାଙ୍କୁ ‘ଟାଇମ୍ ମ୍ୟାଗାଜିନ୍’ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ତାଲିକାରେ ଏବଂ ‘ଫରେନ୍ ପଲିସି ମ୍ୟାଗାଜିନ୍’ର ‘ଗ୍ଲୋବାଲ୍ ଥିଙ୍କର୍ସ’ ତାଲିକାରେ ସାମିଲ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.2 ° C
    40.2 °
    40.2 °
    23 %
    2.9kmh
    76 %
    Wed
    42 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ