Wednesday, November 19, 2025
17 C
Odisha

    ଏକକାଳୀନ ଭାବେ ମାଟିରେ ମିଶୁଛି ସାଲିଆ ସାହି, ପିଲା ଛୁଆ ଧରି ପାଲ ତଳେ କଟୁଛି ଲୋକଙ୍କ ରାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାବୁ ଶୀତ ଦିନଟା କୁଆଡେ ଯିବୁ । ବାବୁ ପିଲାଙ୍କ ପରୀକ୍ଷା ଆଗକୁ ଅଛି, କୁଆଡେ ଯିବୁ । ପେଟ ପୋଷିବା ପାଇଁ ଏଇଠି ରହିଛୁ । ବାବୁ ଟିକେ ସମୟ ଦିଅନ୍ତୁ । ଲୁହ ଥପ ଥପ ଭରା ଆଖି, କୋହଭରା କଣ୍ଠରେ ସରକାରୀ ବାବୁଙ୍କୁ ଗୁହାରି କରିଚାଲିଥିଲେ ସାଲିଆ ସାହିରେ ଦୀର୍ଘ ଦିନ ହେବ ରହି ଆସୁଥିବା କିଛି ମହିଳାମାନେ । ଖରା ବର୍ଷା ଶୀତ କାକରରେ ମୁଣ୍ଡ ଗୁଞ୍ଜୁଥିବା ଘର ମାଟିରେ ମିଶି ଯାଉଥିବା ଦେଖି ନିଜକୁ ସମ୍ଭାଳି ପାରୁ ନଥିଲେ ମହିଳାମାନେ । ବାସହୀନ ହୋଇଯାଇଛନ୍ତି ଅନେକ ପରିବାର । ଯେତେ ନେହୁରା ହେଲେ ବି ପ୍ରଶାସନର ନିଷ୍ପତି ଆଗରେ ସବୁ ଫିକା ଥିଲା । ଦ୍ବିତୀୟ ଦିନରେ ବି ଭୁବନେଶ୍ବର ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ଅଭିଯାନ । ବୁଲୁଛି ବୁଲଡୋଜର । ଏକକାଳୀନ ଭାବେ ମାଟିରେ ମିଶୁଛି ସାଲିଆ ସାହି । ଡ୍ରୋଜର ଓ ଜେସିବିରେ ଉଛେଦ ଜାରି ରହିଛି ।

    ମଙ୍ଗଳବାରର ସୂର୍ଯ୍ୟୋଦୟ ସହିତ ଆକ୍ସନ ମୋଡ଼ରେ ଥିଲା ପ୍ରଶାସନ ।  ଭୁବନେଶ୍ୱରର ସବୁଠୁ ବଡ଼ ବସ୍ତି ଉପରେ ବଡ଼ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିଲେ ବିଭିନ୍ନ ବିଭାଗ । ବିଡିଏ, ବିଏମସି, ୱାଟକୋ, ବିଦ୍ୟୁତ ବିଭାଗ ଉପସ୍ଥିତିରେ ଚାଲିଲା ବୁଲଡୋଜର । ଗୋଟି ଗୋଟି କରି ଭାଙ୍ଗି ଚାଲିଲା ଘର । କିଛି ସମୟ ପାଇଁ ରାସ୍ତାରେ ବସି ଜେସିବି ମେସିନ ଆଗରେ ବାଧା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ପୂର୍ବରୁ ବହୁବାର କାମ ବନ୍ଦ କରିବାରେ ସଫଳ ହେଇଥିବା ବସ୍ତି ବାସିନ୍ଦା ଏଥର କିନ୍ତୁ କିଛି ବିଫଳ ହେଲେ । ଅପ୍ରୀତିକର ପରିସ୍ଥିତିକୁ ନଜର ରଖି ପାଖାପାଖି ୧୨ପ୍ଲାଟୁନ ଫୋର୍ସ ମୁତୟନ ହେଇଥିଲେ । ପୋଲିସ ଉପସ୍ଥିତିରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଘରକୁ ମାଟିରେ ମିଶେଇବ ମେସିନ ।

    ବାମପାଟ ରାସ୍ତାର ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ନେଇ ବହୁ ବାର ବସ୍ତି ବାସିନ୍ଦାଙ୍କୁ ଅବଗତ କରାଇଥିଲା ପ୍ରଶାସନ । ବସ୍ତି ବାସିନ୍ଦାଙ୍କୁ ଘର ଅଲଟମେଣ୍ଟ ହେଇସାରିଛି । ବେଆଇନ ଭାବରେ ଜୋର ଜବରଦସ୍ତ ସେମାନେ ରହୁଥିଲେ ବସ୍ତିରେ । ସେପଟେ କିଛି ମହିଳା କହିଛନ୍ତି ଘର ପାଇଁ ଏକ କାଳୀନ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡୁଛି । ଏତେ ଟଙ୍କା କୋଉଠୁ ଆଣିବୁ ବୋଲି ଅଭିଯୋଗ କରିଛନ୍ତି ।

    ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସାଲିଆ ସାହିରେ ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା । ପ୍ରଥମ ଦିନରେ ୩୦ରୁ ଉର୍ଦ୍ଧ୍ବ ଘର ଉଚ୍ଛେଦ କରାଯାଇଛି । ପାଖାପାଖି ୫୧୭ଟି ଘର ଭଙ୍ଗାଯିବାକୁ ଥିବା ସୂଚନା ମିଳିଛି । ଅନେକ ଲୋକ ଘର ଜିନିଷ ନେଇ ଅନ୍ୟତ୍ର ଯାଉଛନ୍ତି । ଆଉ କିଛି ଲୋକ ପଡ଼ିଆରେ ଅସ୍ଥାୟୀ କ୍ୟାମ୍ପ କରି ରହିଛନ୍ତି । ବିଏମସି ଓ ବିଡିଏ ଓ ଜିଏ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ରହିଛନ୍ତି । ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯିବ । ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ଅନ୍ୟପଟେ ଉଚ୍ଛେଦ ପରେ ଶୀତ କାକରରେ କଟିଛି ବସ୍ତି ବାସିନ୍ଦାଙ୍କ ଜୀବନ । ପିଲା ଛୁଆ ଧରି ପାଲ ତଳେ କଟିଛି ରାତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    70 %
    1.5kmh
    0 %
    Wed
    17 °
    Thu
    27 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ