Monday, April 6, 2026
23.4 C
Odisha

    ଏକତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ପେଚକସ୍‌ ଭୁସିଦେଲେ ଯୁବକ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବଲାଙ୍ଗୀର ଜିଲା ଲୋଇସିଂହା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବକ ଜଣକ ଯୁବତୀଙ୍କୁ ପେଚକସ୍‌ ଭୁସି ଆକ୍ରମଣ କରିଛନ୍ତି। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଯୁବତୀ ଜଣକ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସେତିକିବେଳେ ଯୁବକ ଜଣକ ପେଟ୍ରୋଲ ପମ୍ପରେ ପହଞ୍ଚି ଯୁବତୀଙ୍କ ସହ କଥା ହୋଇଥିଲେ। ହେଲେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଏକ ପେଚକସ୍‌ରେ ଯୁବତୀଙ୍କୁ ଭୁସି ଆକ୍ରମଣ କରିଥିଲେ। ଫଳରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୋଡ଼ାଇବାରୁ ଯୁବକ ଜଣକ ବାଇକ୍‌ ଛାଡ଼ି ଫେରାର ହୋଇଯାଇଥିଲେ। ପୂର୍ବରୁ ମଧ୍ୟ ଏଭଳି କାଣ୍ଡ କରି ସମ୍ପୃକ୍ତ ଯୁବକ ଜଣକ ଜେଲ ଯାଇଥିଲେ। ଜେଲରୁ ଫେରିବା ପରେ ପୁଣି ଏଭଳି ଆକ୍ରମଣ କରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ