Saturday, October 17, 2026
28.9 C
Odisha

    ରାଜ୍ୟରେ ୩ଡିଗ୍ରୀ କମିବ ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ତାଳଚେରରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ଛୁଇଁଛି। ଏହା ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା। ଏହା ତଳକୁ ଝାରସୁଗୁଡ଼ା ଏବଂ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୪୦ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। କିନ୍ତୁ ଶୁକ୍ରବାର ଅପେକ୍ଷା ଶନିବାର କିଛି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଚାନ୍ଦବାଲି ଓ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮.୮, ଅନୁଗୋଳରେ ୩୯.୭, ବାରିପଦାରେ ୩୯, ସମ୍ବଲପୁରରେ ୩୮.୪, ସୁନ୍ଦରଗଡ଼ରେ ୩୯, ଭଦ୍ରକରେ ୩୯.୩, ବରଗଡ଼ରେ ୩୯, ରାଉରକେଲାରେ ୩୮.୭ ଏବଂ କଟକରେ ୩୭.୮ଡିଗ୍ରୀ ରହିଛି। ଶନିବାର ଅପରାହ୍ଣରେ ଭଦ୍ରକ, କେନ୍ଦୁଝର, କଟକ, ଚାନ୍ଦବାଲି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ମଝିରେ ମଝିରେ ଝଟକା ପବନ ବହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋରଧା, ନୟାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ