Sunday, September 20, 2026
23.4 C
Odisha

    ଏକ୍ସରେ ରେକର୍ଡ କଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡ଼ିଆ ଏକ୍ସରେ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି। ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ୧୦୦ ମିଲିୟନ ଅର୍ଥାତ୍ ୧୦ କୋଟିରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି।ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ମାଧ୍ୟମରେ ଆଲୋଚନା, ବିତର୍କ, ଆନ୍ତରିକତା, ଲୋକମାନଙ୍କର ଆଶୀର୍ବାଦ, ଗଠନମୂଳକ ସମାଲୋଚନା ଏବଂ ଅନେକ କିଛି ଜାଣିହୋଇଛି। ତେବେ ମୋଦୀଙ୍କ ଏହି ଫଲୋୟର୍ସ ବଦଳରେ ସେ ବିଶ୍ୱର ଅନ୍ୟ ନେତାମାନଙ୍କୁ ବହୁ ପଛରେ ପକାଇଦେଇଛନ୍ତି |ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୩୮.୧ ନିୟୁତ ଫଲୋୟର୍ସ ), ଦୁବାଇ ଶାସକ ଶେଖ ମହମ୍ମଦ (୧୧.୨ ନିୟୁତ ଫଲୋୟର୍ସ  ) ଏବଂ ପୋପ ଫ୍ରାନ୍ସିସ (୧୮.୫ ନିୟୁତ ଫଲୋୟର୍ସ) ଙ୍କ ଭଳି ନେତାଙ୍କ ଠାରୁ ମୋଦୀ ବହୁତ ଆଗରେ ଅଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ଅନ୍ୟ ଭାରତୀୟ ରାଜନେତାଙ୍କ ତୁଳନାରେ ଅଧିକ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୨୬.୪ ନିୟୁତ ଫଲୋୟର୍ସ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୨୭.୫ ନିୟୁତ ଫଲୋୟର୍ସ ଅଛନ୍ତି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ (୧୯.୯ ନିୟୁତ), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (୭.୪ ନିୟୁତ), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଠାରୁ ବହୁ ଆଗରେ ଅଛନ୍ତି। କୌତୁହଳର କଥା ଯେ ଗତ ତିନିବର୍ଷ ମଧ୍ୟରେ ମୋଦୀଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରାୟ ୩୦ ନିୟୁତ ଫଲୋୟର୍ସଙ୍କର ବୃଦ୍ଧି ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.4 ° C
    23.4 °
    23.4 °
    96 %
    1.5kmh
    69 %
    Sun
    30 °
    Mon
    29 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ