Friday, September 4, 2026
28.6 C
Odisha

    ଏଣିକି ରେଳଯାତ୍ରୀଙ୍କ ଯାଞ୍ଚ ହେବ ପରିଚୟ, ଏମ୍ ଆଧାର ଆପ୍ ମାଧ୍ୟମରେ ଯାଞ୍ଚ କରିବେ ଟିକେଟ ଯାଞ୍ଚ କର୍ମଚାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ରେଳଯାତ୍ରୀଙ୍କ ପରିଚୟ ଯାଞ୍ଚ ହେବ । ଏମ ଆଧାର ଆପ୍ ମାଧ୍ୟମରେ ଯାତ୍ରୀଙ୍କ ଆଧାର ଯାଞ୍ଚ କରିବେ ରେଳବାଇର ଟିକେଟ ଯାଞ୍ଚ କର୍ମଚାରୀ । ଏମ୍ ଆଧାର ଆପ୍ ମାଧ୍ୟମରେ ଯାଞ୍ଚ କଲେ ଜାଲିଆତି ଧରାପଡ଼ିବ । କୌଣସି ଯାତ୍ରୀ ଜାଲ୍ ଆଧାର କାର୍ଡ ବ୍ୟବହାର କରୁଥିଲେ ଧରାପଡ଼ିଯିବେ । ପ୍ରତ୍ୟେକ ଯାତ୍ରାରେ ଟିକେଟ ଯାଞ୍ଚ କର୍ମଚାରୀଙ୍କୁ ଯାତ୍ରୀଙ୍କ ପରିଚୟ ସୁନିଶ୍ଚିତ କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

    ଏହି ଆପ୍ଲିକେସନ କ୍ୟୁଆର କୋଡ ସ୍କାନ କରି ଆଧାର କାର୍ଡର ପ୍ରକୃତତା ଯାଞ୍ଚ କରିବାରେ ସକ୍ଷମ । ଏହା ଫୋଟୋ, ଆଧାର ନମ୍ବର, ନାମ, ଲିଙ୍ଗ, ଜନ୍ମ ତାରିଖ ଏବଂ ଠିକଣା ପରି ମୁଖ୍ୟ ପରିଚୟ ସଂପର୍କିତ ତଥ୍ୟ ପ୍ରଦାନ କରେ ।  ଏହା ଆଧାର କାର୍ଡର ଅପବ୍ୟବହାର ଏବଂ ଜାଲିଆତି ରୋକିବ । ଟିକେଟ ଯାଞ୍ଚ କର୍ମଚାରୀମାନଙ୍କୁ ସେମାନେ ନିଜ ମୋବାଇଲ ଫୋନରେ ମୋ ଆଧାର ଆପ୍ ଡାଉନଲୋଡ କରି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଜାଲି କିମ୍ବା ନକଲି ଆଧାର କାର୍ଡ ଧରାପଡ଼େ, ତେବେ ତାହା ତୁରନ୍ତ ଆରପିଏଫ ବା ସ୍ଥାନୀୟ ପୋଲିସ ବା ଜିଆରପିକୁ ରିପୋର୍ଟ କରିବାକୁ କୁହାଯାଇଛି ।  ଯାହା ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    79 %
    1.8kmh
    97 %
    Fri
    28 °
    Sat
    31 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ