Sunday, October 11, 2026
29.5 C
Odisha

    ଏଣିକି ୧୨ ଦିନ ସ୍କୁଲ ବୁଲିବା ବାଧ୍ୟତାମୂଳକ: ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ

    ଆଗକୁ ପଢନ୍ତୁ

    ରାଉରକେଲା : ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନର ମାନ ଯାଞ୍ଚ କରିବେ ଗୋଷ୍ଠୀ ଶିକ୍ଷାଧିକାରୀ। ଠିକ୍‌ ସମୟରେ ଶିକ୍ଷାନୁଷ୍ଠାନରେ ମଧ୍ୟାହ୍ନଭୋଜନ ଦିଆଯାଉଛି ନା ନାହିଁ, ଖାଦ୍ୟର ମାନ ସମେତ ଶିକ୍ଷକଶିକ୍ଷୟିତ୍ରୀ ନିଜ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ନା ନାହିଁ, ତାହା ତଦାରଖ କରିବେ। ଏମିତିକି ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ପୁନଃ ସ୍କୁଲକୁ ଆଣିବାର ବନ୍ଦୋବସ୍ତ କରିବା ତଥା ପିଲାମାନଙ୍କ ବ୍ୟବହାରିକ ଜ୍ଞାନ/ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା ହେଉଛି ବିଇଓଙ୍କ ଦାୟିତ୍ବ। ବିଇଓ ମାସକୁ ଅନ୍ୟୁନ ୧୨ ଦିନ ସ୍କୁଲ ପରିଦଶର୍ନରେ ଯାଇ ୫୦ଟି ଶିକ୍ଷାନୁଷ୍ଠାନ ଯାଞ୍ଚ କରିବେ। କିନ୍ତୁ ବିଇଓମାନେ ନିଜ କର୍ତ୍ତବ୍ୟରେ ଘୋର୍‌ ଅବହେଳା କରୁଛନ୍ତି। ଫଳରେ କ୍ରମଶଃ ସରକାରୀ ସ୍କୁଲରେ ଶିକ୍ଷାର ମାନ ଆଶାତୀତଭାବେ ହ୍ରାସ ପାଉଥିବାବେଳେ ଫଳାଫଳ ମଧ୍ୟ ନିମ୍ନଗାମୀ ରହୁଛି। ବିଇଓଙ୍କ ଏହି ଅବହେଳାକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବିଇଓମାନେ ନିୟମିତଭାବେ ସ୍କୁଲ ନିରୀକ୍ଷଣରେ ଯାଉନାହାନ୍ତି। ଯଦ୍ବାରା ଶିକ୍ଷାଦାନ ଓ ଆନୁସଙ୍ଗିକ ବ୍ୟବସ୍ଥାରେ ବିକାଶ ଘଟୁନି। ଏଣୁ, ଏଥର ବିଇଓ ପ୍ରତ୍ୟେକ ମାସ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବା ବାଧ୍ୟତାମୂଳକ।ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ଅବ୍ୟବସ୍ଥା ଲାଗିରହିଛି। ବିଇଓମାନେ କେବଳ ସହରିଆ ଅଞ୍ଚଳର ସ୍କୁଲକୁ କାଁ ଭାଁ ପରିଦର୍ଶନରେ ଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ଥିବା ସ୍କୁଲକୁ ଯିବାକୁ  ଅମଙ୍ଗ ହେଉଛନ୍ତି। ଏତଦ୍‌ବ୍ୟତୀତ, ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକରେ ଗୋଷ୍ଠି ଶିକ୍ଷାଧିକାରୀ ନାହାନ୍ତି। ସେଗୁଡ଼ିକ ହେଲା ବିଶ୍ରା ଓ କୁତ୍ରା ବ୍ଲକ। ଏହି ଦୁଇ ବ୍ଲକରେ ଶିକ୍ଷାବିଭାଗ କାମଚଳା ନୀତି ଆପଣେଇଛି। କୁଆରମୁଣ୍ଡା ବିଇଓ ବିଶ୍ରା ବ୍ଲକର ଅତିରିକ୍ତ ଦାୟିତ୍ବରେ ଥିବାବେଳେ ରାଜଗାଙ୍ଗପୁର ରାଷ୍ଟ୍ରୀୟ ବିଦ୍ୟାଳୟ ହାଇସ୍କୁଲର ପ୍ରଧାନଶିକ୍ଷକ କୁତ୍ରା ବ୍ଲକ ଦାୟିତ୍ବରେ ଅଛନ୍ତି। କେବଳ ଗୋଟିଏ ବ୍ଲକ ଦାୟିତ୍ବରେ ଥିବା ବିଇଓମାନେ ସ୍କୁଲ ପରିଦର୍ଶନରେ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବାବେଳେ ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କ ସ୍କୁଲ ପରିଦର୍ଶନ, ଆଶା କରାନଯାଇନପାରେ। ବାସ୍ତବରେ ଏହା ହିଁ ହେଉଛି, ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀ ଆଦୌ ସ୍କୁଲର ପାଦ ମାଡ଼ୁନଥିବା ଅଭିଯୋଗ ହେଉଛି। ଫଳରେ ଶିକ୍ଷକଶିକ୍ଷୟିତ୍ରୀ ମନଇଚ୍ଛା ସ୍କୁଲକୁ ଆସୁଥିବାବେଳେ ଶିକ୍ଷାଦାନ ବହୁମାତ୍ରାରେ ପ୍ରଭାବିତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ