Wednesday, October 7, 2026
31.4 C
Odisha

    ଏଥର ଧନତେରସରେ ଶନିଙ୍କ ଦୃଷ୍ଟି, ଭୁଲରେ କିଣନ୍ତୁନି ଏହି 5 ଜିନିଷ

    ଆଗକୁ ପଢନ୍ତୁ

    ଏଥର ଧନତେରସ ପର୍ବ 18 ଅକ୍ଟୋବର, 2025 ରେ ପାଳନ କରାଯିବ। ଏହି ଦିନ ନୂତନ ଜିନିଷ କିଣିବା ଦ୍ୱାରା ଘରେ ସମୃଦ୍ଧି ଆସିଥାଏ। ତଥାପି, ଏହି ବର୍ଷ ଧନତେରସ ଶନିବାର ଦିନ ପଡୁଛି। ତେଣୁ, କିଛି ଜିନିଷ ଅଛି ଯାହା ଆପଣଙ୍କୁ ଧନତେରସରେ କିଣିବାରୁ ଦୂରେଇ ରହିବା ଉଚିତ। ଏହି ଜିନିଷ କିଣିବା ଦ୍ୱାରା ଶନି ଗ୍ରହ କ୍ରୋଧିତ ହେବେ ଏବଂ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିପାରନ୍ତି। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ।

    ସୋରିଷ ତେଲ କିଣନ୍ତୁ ନାହିଁ : ଏଥର ଧନତେରସରେ ଭୁଲରେ ମଧ୍ୟ ସୋରିଷ ତେଲ କିଣନ୍ତୁ ନାହିଁ। ଏହି ଦିନ ସୋରିଷ ତେଲ କିଣିବା ଆପଣଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ। ତେବେ ଏଥର ଧନତେରସ୍ ଶନିବାର ଦିନ ପଡ଼ଥିବାରି ଏହି ଦିନ ସୋରିଷ ତେଲ ସିନା କିଣିବେନି, କିନ୍ତୁ, ସୋରିଷ ତେଲ ଦାନ କରିପାରିବେ । ଏହା ଆପଣହ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ ।

    ଲୁହା କିଣିବାଠାରୁ ମଧ୍ୟ ଦୂରେଇ ରୁହନ୍ତୁ : ଲୁହା ଶନି ଗ୍ରହ ସହିତ ଜଡିତ ଏକ ଧାତୁ । ତେଣୁ ଧନତେରସରେ ଲୁହା ଜିନିଷ କିଣିବା କ୍ଷତିକାରକ ହୋଇପାରେ। ଆବଶ୍ୟକ ହେଲେ, ଆପଣ ଏହି ଦିନ ଲୁହା ଜିନିଷ ବୁକ୍ କରିପାରିବେ ଏବଂ ପରଦିନ ଘରକୁ ଆଣିପାରିବେ।

    କଳା ଜିନିଷ କିଣନ୍ତୁ ନାହିଁ : ଶନିବାର କଳା ଜିନିଷ କିଣିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ, ଆପଣ ଧନତେରସରେ କଳା ପୋଷାକ କିମ୍ବା କଳା ଜିନିଷ କିଣିବାଠାରୁ ଦୂରେଇ ରହିବା ଉଚିତ। ଶନିବାର କଳା ଜିନିଷ କିଣିବା ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିପାରେ।

    ଖାଲି ବର୍ତ୍ତନ ଆଣନ୍ତୁ ନାହିଁ : ଯଦି ଆପଣ ଏହି ଦିନ ପାତ୍ର, ଯେମିତିକି ମାଠିଆ, କଳସ ଆଦି ଆଣିବାକୁ ଯାଉଛନ୍ତି, ତେବେ ଏହାକୁ ଖାଲି ଘରକୁ ଆଣନ୍ତୁ ନାହିଁ। ଆପଣ ଏଥିରେ କିଛି ମିଠା ରଖିପାରିବେ। କିମ୍ବା ପାତ୍ରରେ ଧନିଆ ରଖି ଘରକୁ ଆଣିପାରିବେ। ଧନତେରସରେ ଘରକୁ ଖାଲି ପାତ୍ର ଆଣିବାକୁ ଶୁଭ ମନେ କରାଯାଏ ନାହିଁ।

    ଚମଡା ଜିନିଷ କିଣନ୍ତୁ ନାହିଁ : ଧନତେରସର ପବିତ୍ର ପର୍ବ ଶନିବାର ଦିନ ପଡ଼ୁଛି । ତେଣୁ ଆପଣ ଧନତେରସରେ ଚମଡା ଜିନିଷ କିଣିବାଠାରୁ ଦୂରେଇ ରହିବା ଉଚିତ। ଚମଡ଼ା ମଧ୍ୟ ଶନି ଗ୍ରହ ସହିତ ଜଡିତ, ତେଣୁ ଏହି ଦିନ ଚମଡ଼ା ସାମଗ୍ରୀ କିଣିବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ