Thursday, May 14, 2026
41 C
Odisha

    ଏଥର ଶୀଘ୍ର ଛୁଇଁବ ମୌସୁମୀ, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଥର ଶୀଘ୍ର ଛୁଇଁବ ମୌସୁମୀ । ଦ୍ରୁତ ଗତିରେ ଅଗ୍ରସର ହେଉଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ। ମେ ୧୬ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପହଞ୍ଚି ପାରେ । ଏଥିପାଇଁ ଅନୁକୂଳ ପରିସ୍ଥିତି ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଏବେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଏହା ଧୀରେ ଧୀରେ ଦୁର୍ବଳ ହେଉଛି । କିନ୍ତୁ ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପରିସ୍ଥିତି ଅନୁକୂଳ ହେବାରେ ଲାଗିଛି। ମୌସୁମୀ ବାୟୁ ସମ୍ପୂର୍ଣ୍ଣ ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରକୁ ଆବୃତ କରିଥିବା ପାଣିପାଗ ଚିତ୍ରରୁ ସ୍ପଷ୍ଟ ହୋଇଛି ।
    ଆଗାମୀ ୨ରୁ ୩ଦିନ ମଧ୍ୟରେ ମୌସୁମୀ ଆଣ୍ଡାମାନ ଛୁଇଁବା ସମ୍ଭାବନା ରହିଛି । ଧାର୍ଯ୍ୟ ସମୟରୁ ପାଞ୍ଚଦିନ ଆଗରୁ ପହଞ୍ଚିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନର ସ୍ୱାଭାବିକ ସମୟ ପ୍ରାୟତଃ ମେ ୨୨ ପରେ ରହିଥାଏ । ୧୮ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ଅଞ୍ଚଳର ହାଲୁକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସହ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41 ° C
    41 °
    41 °
    20 %
    2.7kmh
    11 %
    Thu
    41 °
    Fri
    44 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ