Monday, September 28, 2026
24.7 C
Odisha

    ଏନଆରଆଇଙ୍କ ଠାରୁ ୧୦ହଜାର ଟଙ୍କା ନେବା କୁଲିଙ୍କୁ ମହଙ୍ଗା ପଡ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ ଜଣେ ଏନଆରଆଇଙ୍କୁ ହୁଇଲଚେୟାରରେ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଜଣେ କୁଲି ୧୦ହଜାର ଟଙ୍କା ଦାବି କରିଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଯାଇଛି। ଏହି ଘଟଣାକୁ ନେଇ ଅଭିଯୋଗ ହେବାପରେ ରେଳ ବିଭାଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

    ସୂଚନାଯୋଗ୍ୟ, ଗୁଜୁରାଟର ନିବାସୀ ପାୟଲ ଲଣ୍ଡନରେ ବସବାସ କରନ୍ତି। ଗତ ଡିସେମ୍ବର ୨୧ ତାରିଖରେ ସେ ପରିବାର ସହିତ ଭାରତ ଆସିଥିଲେ। ଡିସେମ୍ବର ୨୮ ତାରିଖରେ ପରିବାର ସହିତ ପାୟଲ ଆଗ୍ରା ବୁଲି ଯିବା ପାଇଁ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ଯେଉଁଠାରୁ ତାଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଆଗ୍ରା ଯିବାର ଥିଲା।

    ତେଣୁ ସେ ପ୍ଲାଟଫର୍ମ ପର୍ଯ୍ୟନ୍ତ ଯିବାକୁ ହୁଇଲଚେୟାର ଲୋଡ଼ିଥିଲେ। ଏଥିପାଇଁ ପାୟଲ କୁଲିଙ୍କ ସାହାଯ୍ୟ ନେଇଥିଲେ। ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚାଇବା ପରେ କୁଲି ପାୟଲଙ୍କ ଠାରୁ ପାରିଶ୍ରମିକ ବାବଦକୁ ୧୦ହଜାର ଟଙ୍କା ନେଇଥିଲେ। ଆଗ୍ରା ପହଞ୍ଚିବା ପରେ ପାୟଲ ରେଳ ପୁଲିସ ନିକଟରେ ଏହି ଘଟଣା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ନିଜାମୁଦ୍ଦିନ ରେଳ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରି କୁଲିଙ୍କ ପରିଚୟ ସଂଗ୍ରହ କରିଥିଲା। ଏହାପରେ କୁଲିଙ୍କୁ ଗିରଫ କରି ଥାନାକୁ ଆଣିଥିଲା। କୁଲି ପୁଲିସ ସମ୍ମୁଖରେ ଏନଆରଆଇଙ୍କ ଠାରୁ  ୧୦ହଜାର ଟଙ୍କା ନେଇଥିବା କଥାକୁ ସ୍ବୀକାର କରିଥିଲେ। ଏଥିସହିତ ୧୦ହଜାର ଟଙ୍କା ଏନଆରଆଇଙ୍କୁ ଫେରାଇ ଦେବ ବୋଲି ପୁଲିସକୁ କଥା ଦେଇଥିଲେ।
    ଏହି ଘଟଣାକୁ କେନ୍ଦ୍ର କରି ରେଳବିଭାଗର ବରିଷ୍ଠ ଅଧିକାରୀ ସୁଖବିନ୍ଦର ସିଂହ କୁଲିଙ୍କ ଲାଇସେନ୍ସ ରଦ୍ଧ କରି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ