Tuesday, February 10, 2026
29.7 C
Odisha

    ଏନ୍‌ଏଚ୍-୫୫କୁ ୬ ଲେନ୍‌ କରିବାକୁ ହେବ ସର୍ଭେ: ସବୁ ରାଜ୍ୟ ରାଜପଥ ୪ ଲେନ୍ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସବୁ ରାଜ୍ୟ ରାଜପଥ ୪ ଲେନ୍ ହେବ । କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ହେବ ସର୍ଭେ । ବିଭାଗୀୟ ଯନ୍ତ୍ରୀମାନେ ସର୍ଭେ ଆରମ୍ଭ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କେବଳ ବଡ଼ ସହରରେ ବଡ଼ ପ୍ରକଳ୍ପ ଦ୍ବାରା ରାଜ୍ୟର ବିକାଶ ହୋଇପାରିବ ନାହିଁ । ଏଥିପାଇଁ ପ୍ରତି ସହରକୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ କରିବାକୁ ପଡିବ । ଏହି ଆଧାରରେ ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ଚାରି ଥାକିଆ କରାଯିବ । ଭୁବନେଶ୍ୱର ସହରର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ କରିବା ନେଇ ଯୋଜନା କରାଯିବ।

    ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ବାମ ସମାନ୍ତରାଳ ରାସ୍ତା, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ ପାର୍କରୁ ଫୁଲନଖରା ରାସ୍ତା, ପଳାସୁଣି ଠାରୁ ଗ୍ୟାରେଜ୍‌ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍‌ ରାସ୍ତା, କାଇମାଟିଆ ଛକରୁ ଗୋଠପାଟଣା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍‌ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତୀକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ଏହାସହ କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍‌ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍‌ ଓ ବଲାଙ୍ଗିର ବାଇପାସ୍‌ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ପ୍ରସ୍ତାବିତ ସବୁ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ଯ୍ୟକଳାପ ଏବଂ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.7 ° C
    29.7 °
    29.7 °
    13 %
    2.6kmh
    2 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ