Sunday, October 4, 2026
30.6 C
Odisha

    ଏନ୍‌ଡିଏକୁ ବଡ଼ ଝଟକା, ଇଣ୍ଡିଆ ମେଣ୍ଟର ବଡ଼ ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ମୋଦୀ ସରକାରର ତୃତୀୟ ପାଳି ପରେ ପ୍ରଥମ ନିର୍ବାଚନରେ ଏନଡିଏ ମେଣ୍ଟକୁ ବଡ଼ ଝଟକା ଲାଗିଛି। ଚଳିତ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବୃହତ୍ତ ବିଜୟ ହାସଲ କରିଛି। ୧୩ ବିଧାନସଭା ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ ମାତ୍ର ଦୁଇଟି ସିଟ୍ ପାଇଥିବାବେଳେ ଇଣ୍ଡିଆ ମିଳିତ ମଞ୍ଚ ୧୦ଟି ସିଟ୍ ହାସଲ କରିଛି। ସେହିପରି ଗୋଟିଏ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ। ତେବେ ହିମାଚଳ ପ୍ରଦେଶରେ ମୁଖମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସେ ବିଜେପିର ଗଡ଼ ଭାବେ ପରିଚିତ ଦେହରା ଆସନରୁ ଲଢ଼ିଥିଲେ। ଏଠାରେ କମଲେଶ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶର ଅମରୱାଡା ଆସନ ଏବଂ ହିମାଚଳ ପ୍ରଦେଶର ହମିରପୁର ଆସନରେ ବିଜେପି ଜିତିଛି। ଲୋକସଭା ନିର୍ବାଚନରେ ​​ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିବା ବିଜେପି ପାଇଁ ଦେଢ଼ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଝଟ୍‌କା।

    ସେପଟେ ପଞ୍ଜାବରେ ଆପ୍‌ର ମୋହିନ୍ଦର ଭଗତ ଜଲନ୍ଧର ଅରସନରୁ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ୪ ଆସନରେ ଟିଏମସି ଜିତିଛି। ନାଲଗଡ, ହମିରପୁରରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି।ଉତ୍ତରାଖଣ୍ଡର ମଙ୍ଗଳୁର ଓ ବଦ୍ରିନାଥରେ ମଧ୍ୟ କଂଗ୍ରେସ ଜିତିଛି । ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ, ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ବଜିୟୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ