Tuesday, September 29, 2026
23.6 C
Odisha

    ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ (ଏଜେଏସ୍‌ୟୁ) ୧୦, ସଂଯୁକ୍ତ ଜନତା ଦଳ (ଜେଡିୟୁ) ୨, ଲୋକ ଜନଶକ୍ତି ପାର୍ଟି (ଚିରାଗ ପାଶ୍ୱାନ ଗୋଷ୍ଠୀ) ୧ ଆସନରେ ଲଢ଼ିବାକୁ ଥିବାବେଳେ ଅବଶିଷ୍ଟ ୬୮ ଆସନରେ ଭାଜପା ପ୍ରାର୍ଥୀ ଦେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ନିର୍ବାଚନ ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଭାଜପା ଝାଡ଼ଖଣ୍ଡ ବିଧାନସଭାର ୬୮ ଆସନରେ ଲଢ଼ିବାକୁ ଥିବାବେଳେ ଶନିବାର ୬୬ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ତଦନୁସାରେ ଭାଜପା ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଧନଓ୍ବର ଆସନରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସଢ଼େଇକଳା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ