ନୂଆଦିଲ୍ଲୀ : ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଆଜି ବଜେଟ୍ ୨୦୨୬ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ଆଇଟିଆର୍-୧, ଆଇଟିଆର୍ -୨ ଲୋକେ ରିଟର୍ଣ୍ଣ ଭରିପାରିବେ। ଏବେ ପ୍ୟାନ୍ ଜରିଆରେ ଏନଆର୍ଆଇ ନିଜ ସମ୍ପତ୍ତି ବିକିପାରିବେ । ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ ମୁକୁଳିପାରିବେ। ଏହି ସଂସ୍କାରଗୁଡ଼ିକ କରଦାତାଙ୍କ ପାଇଁ ଅନୁପାଳନକୁ ସହଜ କରିବା ସହ ନିର୍ଦ୍ଦିଷ୍ଟ କାରବାର ଉପରେ ଟିକସ ବୋଝ ହ୍ରାସ କରିବ।

