Sunday, March 22, 2026
23.7 C
Odisha

    ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ବିମାନରେ ବ୍ୟବହୃତ ATF ଅର୍ଥାତ୍ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ ଏପ୍ରିଲ ୧ରୁ ବୃଦ୍ଧି ପାଇପାରେ । ଯଦି ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ଏହି ସୂଚନା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଦେଇଛନ୍ତି । ପ୍ରତି ମାସର ପ୍ରଥମ ତାରିଖରେ ATFର ମୂଲ୍ୟ ସ୍ଥିର ହୋଇଥାଏ ଏବଂ ଏହାର ପ୍ରଭାବ ଏପ୍ରିଲ ୧ ତାରିଖରୁ ପଡିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ରୋକିବା ପାଇଁ ସରକାର ବିମାନ କମ୍ପାନୀ ଗୁଡିକ ସହ ଆଲୋଚନା କରୁଛନ୍ତି । ଯେପରି ଯାତ୍ରୀଙ୍କ ଉପରେ ଏହାର କୌଣସି ପ୍ରଭାବ ନ ପଡିବ ତହା ଉପରେ ଗୁରୁତ୍ବ ଦିଆଯାଉଛି ।

    ସୂଚନାନୁଯାୟୀ, ଇନ୍ଧନର ମୂଲ୍ୟ ବୃଦ୍ଧି ବିମାନ ଚଳାଚଳ ଉପରେ ଆର୍ଥିକ ପ୍ରଭାବ ପକାଇପାରେ ବୋଲି ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି । ସରକାର କୌଣସି ପଦକ୍ଷେପ ନେବା ପୂର୍ବରୁ ଅଂଶୀଦାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଏୟାରଲାଇନ୍ସ ଏବଂ ସେମାନଙ୍କର କାର୍ଯ୍ୟ ଉପରେ କିଛି ଆର୍ଥିକ ପ୍ରଭାବ ପଡିପାରେ । ତେଣୁ ଏ ସମ୍ପ ର୍କରେ ଏୟାରଲାଇନ୍ସଙ୍କଠାରୁ ମତାମତ ନିଆଯାଉଛି । ଯାହା ଅନେକ ବିଭାଗ ସହିତ ଜଡିତ । ସେଥିପାଇଁ ଏୟାରଲାଇନ୍ସକୁ ସମର୍ଥନ କରିବାକୁ ସର୍ବୋତ୍ତମ ପଦକ୍ଷେପ ନେବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।

    ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବିମାନ ଯାତ୍ରୀଙ୍କ ସିଟକୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କ ସିଟ୍‌ର ଅତି କମରେ ୬୦ ପ୍ରତିଶତ ମାଗଣାରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ୍ ଭଳି ବିମାନ କମ୍ପାନୀଗୁଡ଼ିକ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ