Wednesday, April 22, 2026
34.8 C
Odisha

    ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି, ଏସଆଇଟି ଗଠନ କରି ତଦନ୍ତର ଆବଶ୍ୟକତା ନାହିଁ : ହାଇକୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ହାଇକୋର୍ଟରେ ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି । ବର୍ତ୍ତମାନ ପରିସ୍ଥିତିରେ ଏସଆଇଟି ଗଠନ କରି ତଦନ୍ତ କରିବାର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । ମାମଲାରେ ପକ୍ଷଭୁକ୍ତ ଥିବା ଅନ୍ୟ ରାଜନୈତିକ ଦଳକୁ ନୋଟିସ ଜାରି । ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା ।

    ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ଘଟଣା ସମ୍ପର୍କରେ ଜାଣିବା କ୍ଷଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବଦ୍ଧ ପରିକର । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯିବ । ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    14 %
    1.9kmh
    2 %
    Wed
    37 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ