Tuesday, September 29, 2026
24.9 C
Odisha

    ଏବେ ବଲିଉଡ୍‌ରେ କାମ କରିବେ ମୋନାଲିସା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭକୁ ଆସିଥିବା ନୀଳନୟନା କୁହାଯାଉଥିବା ମୋନାଲିସାଙ୍କ ଭାଗ୍ୟରେ ଏବେ ନୂଆ ମୋଡ ଆସିଛି । ସେ ରାତାରାତି ସେଲିବ୍ରିଟି ହୋଇଯାଇଛନ୍ତି । ଏବେ ବଲିଉଡ୍‌ରେ କାମ କରିବେ ମୋନାଲିସା । ମାଳା ବିକି ନିଜ ଗୁଜୁରାଣ ମେଣ୍ଟାଉଥିବା ମୋନାଲିସା ଏବେ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ । ତାଙ୍କୁ ‘ଡାଏରୀ ଅଫ୍‌ ମଣିପୁର’ ପାଇଁ ଲେଖକ ତଥା ନିର୍ଦ୍ଦେଶକ ମନୋଜ ମିଶ୍ରା ଅଫର୍‌ ଦେଇଛନ୍ତି । ମଣିପୁରରେ ହୋଇଥିବା ଭୟଙ୍କର ଘଟଣା ଉପରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ମୋନାଲିସା ମୁ଼ୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ଦେଶକ ମନୋଜ ମିଶ୍ରା ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାସ୍ଥିତ ମହେଶ୍ୱରରେ ମୋନାଲିସାଙ୍କ ଘରକୁ ଯାଇ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ଅଫର୍‌ କରିଛନ୍ତି । ଉଭୟଙ୍କ ଏକାଠି ଫଟୋ ସାମ୍ନାକୁ ଆସିଛି । ମୋନାଲିସା ମଧ୍ୟ ଏହି ଫିଲ୍ମ ପାଇଁ ରାଜି ହୋଇଛନ୍ତି । ସେ ଯେଉଁ ଚରିତ୍ରରେ ଅଭିନୟ କରିବେ ସେଥିପାଇଁ ସେ ଖୁବ୍‌ ପରିଶମ୍ର କରିବେ ବୋଲି ମଧ୍ୟ କହିଛନ୍ତି ।ନିର୍ଦ୍ଦେଶକଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି,ମୋନାଲିସାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି। ସେ ତାଙ୍କୁ ଫିଲ୍ମରେ ଖୁବ୍‌ ଭଲରେ ଉପସ୍ଥାପନା କରିବେ। ଭବିଷ୍ୟତ ଗଢିବାର ଏହା ତାଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ତାଙ୍କ ପରିବାର ଲୋକେ ଖୁବ୍‌ ନୀରିହ।ଫିଲ୍ମ ଅକ୍ଟୋବରରେ ରିଲିଜ୍‌ କରିବାକୁ ଯୋଜନା ରହିଛି । ଫିଲ୍ମର ବଜେଟ୍‌ ୨୦ କୋଟି ବୋଲି କୁହାଯାଉଛି। ଫେବୃଆରୀ ମାସରେ ଫିଲ୍ମ ସୁଟିଂ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ