Tuesday, September 29, 2026
23.2 C
Odisha

    ଏମ୍‌କେସିଜି ମେଡିକାଲ କଲେଜର ୭ ଡାକ୍ତରଙ୍କ ପତ୍ତା ମିଳୁନି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୭ଜଣ ଡାକ୍ତରଙ୍କ ପତ୍ତା ମିଳୁନି। ତହିଁରୁ ୨ଜଣ ଡାକ୍ତର ପ୍ରାୟ ୯ବର୍ଷ ହେବ କାର୍ଯ୍ୟକୁ ଆସୁନାହାନ୍ତି। ରାଜ୍ୟ ସରକାର ସେମାନଙ୍କ ବିରୋଧରେ ତଦନ୍ତ କରୁଥିବା କହିଛନ୍ତି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବାରୁ ବର୍ଷ ବର୍ଷ ଧରି ସେମାନଙ୍କ ନାଁ ମେଡିକାଲ କଲେଜ ତାଲିକାରେ ଗଡ଼ୁଛି। ସୂଚନା ଅଧିକାର ଆଇନ ବଳରେ ଏହି ଫେରାର ଡାକ୍ତରଙ୍କ ସଂପର୍କରେ ସୂଚନା ମିଳିଛି। ଏମ୍‌କେସିଜି ମେଡିକାଲର ବିଭିନ୍ନ ବିଭାଗରେ ୩୯୧ ପଦବି ରହିଛି। ଏଥିରେ ୪୦ରୁ ଅଧିକ ପଦବି ଖାଲି ରହିଛି।

    ବହୁ ଦିନ ଧରି କାର୍ଯ୍ୟରେ ଯୋଗ ଦେଉ ନ ଥିବା ଡାକ୍ତରଙ୍କ ମଧ୍ୟରେ ୨ଜଣ ୨୦୧୬ ମସିହା, ୨୦୧୮, ୨୦୨୦, ୨୦୨୧ ଓ ୨୦୨୨ ମସିହାରୁ ଜଣେ ଲେଖାଏ ଓ ଜଣେ ୨୦୨୩ ମସିହାରୁ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ତଦନ୍ତରେ ସୀମିତ ରହିଛି। ସେହିପରି ରାଜ୍ୟ ସରକାରଙ୍କ ଓଏଚ୍‌ଏମ୍‌ଏସ୍‌ କ୍ୟାଡରରେ ମଧ୍ୟ ଅନେକ ଡାକ୍ତର ବହୁ ବର୍ଷ ଧରି ଅନୁପସ୍ଥିତ ରହିବା ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସିଛି। ଏତେଦିନ ଧରି ଅନୁପସ୍ଥିତ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ୍ ଜାରି ହେଉଛି। ମାତ୍ର ପରବର୍ତ୍ତୀ ସମୟରେ ଏହା ଉପରେ କ’ଣ ପଦକ୍ଷେପ ନିଆଯାଉଛି ତାହା ସଂପର୍କରେ କିଛି ସୂଚନା ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ