Tuesday, September 29, 2026
23.8 C
Odisha

    ଏମ୍‌ସ ଭୁବନେଶ୍ବର ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଏମ୍‌ସ ବନେଶ୍ବରଭୁ ପକ୍ଷରୁ ଆଜି “ସୁଶାସନ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏନେଇ ଆଜି ଏମ୍‌ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍‌ସ ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଶ୍ରୀ ବାଜପେୟୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠା ତଥା ବିକାଶରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ। ଦିବଂଗତ ଜନନାୟକଙ୍କ ଦୂରଦ୍ରଷ୍ଟୀ ବିଚାର କାରଣରୁ ଜନସେବା ନିମିତ୍ତ ସ୍ଥାପିତ ଏହି ଅନୁଷ୍ଠାନ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କ ଅଶେଷ କଲ୍ୟାଣ କରୁଥିବା ମତବ୍ୟକ୍ତ କରିଥିଲେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ।
    ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିନ୍‌ ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର, ବରିଷ୍ଠ ପ୍ରାଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀ, ଡ. ଅଶୋକ କୁମାର ଜେନା ପ୍ରମୁଖଙ୍କ ସମେତ ଅତିଥି, ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
    ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏମ୍‌ସ ପରିସରରେ ଥିବା ଭାରତରତ୍ନ ଅଟଳ ବିହାରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍‌ସ ଭୁବନେଶ୍ବର ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିର‌ାଟ ପରିବର୍ତ୍ତନ ଆସିଥିବା ମତପ୍ରକାଶ କରିଥିଲେ।

    ଉଲ୍ଲେଖଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱର ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ୧୫ ଜୁଲାଇ ୨୦୦୩ ରେ ଏମ୍‌ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହା ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହେବା ସହିତ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ