Wednesday, April 1, 2026
35.5 C
Odisha

    ଏସଆଇ ପ୍ରଶ୍ନପତ୍ର ଜାଲିଆତି ମାମଲା ଦାଖଲ ହୋଇପାରିଲାନି କେସ୍ ଡାଏରି,ଶୁଣାଣି ଆସନ୍ତା ୨୩କୁ ଘୁଞ୍ଚିଛି

    ଆଗକୁ ପଢନ୍ତୁ

    କଟକ : ପୁଲିସ୍‌‌ ସବ୍‌‌ ଇନ୍ସପେକ୍ଟର(ଏସ୍‌‌ଆଇ) ପ୍ରଶ୍ନପତ୍ର ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ କେସ୍‌ ଡାଏରି ଦାଖଲ ହୋଇ ନ ପାରିବାରୁ ଶୁଣାଣି ଆସନ୍ତା ୨୩କୁ ଘୁଞ୍ଚିଛି। ଜାମିନ୍‌‌ ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ପ୍ରାୟ ୧୨ଜଣ ଅଭିଯୁକ୍ତଙ୍କ ଜାମିନ୍‌‌ ମାମଲାରେ ସିବିଆଇ ପକ୍ଷରୁ କେସ୍‌‌ ଡାଏରି (ସିଡି) ଦାଖଲ ପାଇଁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା। ଅଦାଲତ ଏହାକୁ ଗ୍ରହଣ କରି ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ୍‌‌ ଗୌରୀଶଙ୍କର ଶତପଥୀ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।

    ପୁଲିସ୍‌‌ ଏସ୍‌‌ଆଇ ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ସିବିଆଇ ପକ୍ଷରୁ ପ୍ରାୟ ୧୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ୍‌‌ ହରିଚନ୍ଦନ, ଲୋକନାଥ ସାହୁ, ତଫିନ୍‌‌ ଅହମ୍ମଦ ଖାଁ, ମୁନା ମହାନ୍ତି, ଶଙ୍କର ପୃଷ୍ଟି, ବିଶ୍ୱରଞ୍ଜନ ବେହେରା, ଅରବିନ୍ଦ ଦାସ, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦେରା, ପ୍ରିୟଦର୍ଶିନୀ ସାମଲ, ସୁରେଶ ଚନ୍ଦ୍ର ନାୟକ, ସାଗର କୁମାର ଗୌଡ଼ା, ବିରଞ୍ଚି କୁମାର ନାୟକ, ଅର୍ଜୁନ ନାୟକ, ନିମାଇଁ ଚରଣ ସାହୁ ଏବଂ ନିତିଶ୍‌‌ କୁମାର। ଏମାନଙ୍କ ମଧ୍ୟରୁ ୧୨ଜଣ ଜାମିନ୍‌‌ ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୁନା ମହାନ୍ତିଙ୍କ ଯକୃତ ଖରାପ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇତିମଧ୍ୟରେ ଅନ୍ତରୀଣ ଜାମିନ୍‌‌ ମିଳିସାରିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ମୁଦୁୁଲୀ ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ