Tuesday, September 17, 2024
24.1 C
Odisha

    ଏସବିଆଇରେ ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ନିକଟରେ ଏସବିଆଇ ପକ୍ଷରୁ କ୍ଲର୍କ ଓ ସିନିୟର ଭାଇସ୍ ପ୍ରେସିଡେଣ୍ଟ, ମ୍ୟାନେଜର ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି କିଛି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ୧୦୪୦ଟି ସ୍ପୋଲିଷ୍ଟ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ଜୁଲାଇ ୧୯ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ୮ରେ ତାହା ସମାପ୍ତ ହେବ । ଜେନେରାଲ, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଅନଲାଇନରେ ପେମେଣ୍ଟ କରିପାରିବେ ।ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍ (ପ୍ରଡକ୍ଟ ଲିଡ), ସେଣ୍ଟ୍ରାଲ ରିସର୍ଚ୍ଚ ଟିମ (ସପୋର୍ଟ), ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ଟେକ୍ନୋଲୋଜି), ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ବିଜିନେସ), ରିଲେସନଶିପ୍ ମ୍ୟାନେଜର, ଭିପି ୱେଲଥ ପ୍ଳସ, ରିଲେସନଶିପ୍ ମ୍ୟାନେଜର- ଟିମ ଲିଡ୍, ଆଞ୍ଚଳିକ ମୁଖ୍ୟ, ଇନଭେଷ୍ଟମେଣ୍ଟ ସ୍ପେଶାଲିଷ୍ଟ, ଇନଭେଷ୍ଟମେଣ୍ଟ ଅଧିକାରୀ ପଦରେ ନିଯୁକ୍ତି ଦିଆଯିବ ।

    ଅନଲାଇନ୍ ଆବେଦନ ଲିଙ୍କ: https://recruitment.bank.sbi/crpd-sco-2024-25-09/apply

    ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/180724-ADV_CRPD_SCO_2024_25_09.pdf/7b68375a-8f15-7c0f-3a0b-3d719d6afded?t=1721318431793

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ