Saturday, February 14, 2026
30.7 C
Odisha

    ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲା,ଅଭିଯୁକ୍ତକୁ ଫାଶୀ ଦଣ୍ଡ

    ଆଗକୁ ପଢନ୍ତୁ

    ବାଲେଶ୍ବର : ବାଲେଶ୍ବରରେ ବହୁଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ (ଏସ ସି , ଏସ ଟି) ଅବଦୁଲ୍ ସମିମ୍ ଅଖତର । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ତାର ଦ୍ଵିତୀୟ ସ୍ତ୍ରୀ ବନିତା ସିଂ ଙ୍କୁ ଏସିଡ ଆକ୍ରମଣ କରି ଫେରାର ହୋଇଯାଇଥିଲା ।

    ସେତେବେଳେ ଏହି ଘଟଣାରେ ବାଲେଶ୍ଵର ପୁଲିସ ଏସିଡ ଆକ୍ରମଣ ଘଟଣାର ସଂପୃକ୍ତ ୭ ଜଣକୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବାଲେଶ୍ଵର ପୋଲିସ ୫ ଟି ଟିମ୍ ଗଠନ କରିଥିଲା । କଲିକତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସ ସହାୟତାରେ ରାଜ୍ୟ ବାହାରୁ ଦୋଷୀ ଚନ୍ଦନକୁ ଗିରଫ କରିଥିଲା ବାଲେଶ୍ଵର ପୋଲିସର ସ୍ଵତନ୍ତ୍ର ଟିମ୍ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ।

    ଏସିଡ ଆକ୍ରମଣ ପରେ ଚନ୍ଦନ ନିଜ ମୋବାଇଲ ଭାଙ୍ଗି ଫେରାର ହୋଇଯାଇଥିଲା । ଚନ୍ଦନ ଅପରାଧ ଘଟାଇଲା ପରେ କିଛିଦିନ କଲିକତାରେ ଆତ୍ମଗୋପନ କରିବା ପରେ ଫେରାର ହୋଇଯାଇଥିଲା । ଏହି ମାମଲାରେ ସହଦେବ ଖୁଣ୍ଟା ଥାନାରେ ୫୬/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିଲା । କଟକ ଏସସିବିରେ ୬ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲା ଏସିଡ ପୀଡ଼ିତା ବନିତା । ଏହି ଘଟଣାରେ ପୂର୍ବରୁ ମଧ୍ୟ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୁଲିସ ଚନ୍ଦନ ରଣାର ପ୍ରଥମ ସ୍ତ୍ରୀ ଓ ଜଣେ ସହଯୋଗୀକୁ ଗିରଫ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ