Friday, July 10, 2026
27.6 C
Odisha

    ଏସି ସର୍ଭିସ୍ ସେଣ୍ଟରରେ ଅଗ୍ନିକାଣ୍ଡ, ଜଣେ ବୃଦ୍ଧ ମୃତ

    ଆଗକୁ ପଢନ୍ତୁ

    ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଟେଲ ନଗରରେ ଥିବା ଏକ ଏୟାର କଣ୍ଡିସନର ସର୍ଭିସ୍ ସେଣ୍ଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେନ୍ଦ୍ରରେ ଏସି ଗ୍ୟାସ ସିଲିଣ୍ଡର ଏବଂ କମ୍ପ୍ରେସରଗୁଡ଼ିକରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି ।

    ସୂଚନାନୁଯାୟୀ, ତିନି ମହଲା ବିଶିଷ୍ଟ କୋଠାରେ ନିଆଁ ବ୍ୟାପିଯାଇଥିଲା । ଲଗାତାର ବିସ୍ଫୋରଣ ହୋଇଚାଲିଥିଲା । ଭୋର ପ୍ରାୟ ୩ଟା ୫ ମିନିଟ ସମୟରେ ପଟେଲ ନଗରର ପ୍ଲଟ୍ ନମ୍ବର F-୮୭ ରେ ଥିବା ଏକ ଏୟାର କଣ୍ଡିସନର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଅଧିକାରୀ ଏବଂ ୮ଟି ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ୪ଟି ହାଉସ୍ ପାଇପ୍ ସାହାଯ୍ୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ସହ ଦୁଇଟି କାର ଏବଂ ପ୍ରାୟ ଦଶଟି ମୋଟରସାଇକେଲ ମଧ୍ୟ ଜଳିଯାଇଥିଲା ।

    ଅନ୍ୟପଟେ ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏହା ବ୍ୟତୀତ ପୋଲିସ ଏବଂ ଅଗ୍ନିଶମ ବିଭାଗ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    83 %
    2kmh
    100 %
    Fri
    27 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ