Saturday, October 10, 2026
24.4 C
Odisha

    ଏସ୍‌ସି, ଏସ୍‌ଟିଙ୍କ ଜମି କିଣିବେ ସରକାର, ଗଠନ ହେବ କର୍ପସ୍ ଫଣ୍ଡ: ରାଜସ୍ବ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ ପ୍ରଭାବଶାଳୀ ବ୍ୟକ୍ତି ବା ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଓ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେ ନାହିଁ। ଆଦିବାସୀଙ୍କ ଜମି ଏଣିକି ସରକାର କିଣିବେ। ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

    ରାଜସ୍ବ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି। ଏହି କମିଟିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗରର ପ୍ରମୁଖ ସଚିବ, ଏସ୍‌ସି,ଏସ୍‌ଟି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ। ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ। ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ଏସ୍‌ସି ଏବଂ ଏସ୍‌ଟି ବିଭାଗର ଗୃହ କମିଟି, ବିଧାୟକମାନଙ୍କର ପରାମର୍ଶ ମଧ୍ୟ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତ୍ତି ନିଆଯିବ।

    ଶ୍ରୀ ପୂଜାରୀ କହିଛନ୍ତି, ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ। ସରକାର ଉକ୍ତ ଜମିକୁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ। ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି କିଣିପାରିବେ। କିନ୍ତୁ ଯଦି ଜମି ମାଲିକ ଆଉ ଜମି ଫେରାଇ ନେବାକୁ ଚାହିଁବେ ନାହିଁ। ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ