Monday, March 23, 2026
20.4 C
Odisha

    ଏହି କାରଣରୁ ଶିବଲିଙ୍ଗକୁ ସ୍ପର୍ଶ କରିବାର ଅନୁମତି ଦିଆଯାଇ ନଥିଲା

    ଆଗକୁ ପଢନ୍ତୁ

    ପ୍ରୟାଗରାଜ୍: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ପତ୍ନୀ ଲରେନ୍ ପାୱେଲ୍ ଜବସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କୁମ୍ଭମେଳାରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାଗରାଜରେ ଆସି ପହଞ୍ଚିଛନ୍ତି। ନିରଞ୍ଜନୀ ଆଖଡ଼ାର ସ୍ୱାମୀ କୈଳାଶନନ୍ଦ ଗିରି ମହାରାଜ ଲରେନଙ୍କୁ ଗୋତ୍ର ଅଚ୍ୟୁତଓ ନୂଆ ନାମ କମଳା ଦେଇଛନ୍ତି। ମହାକୁମ୍ଭ ସମୟରେ ଲରେନ ବନାରସ‌ରେ ବାବା ବିଶ୍ବନାଥ ମନ୍ଦିର ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବାର ଅନୁମତି ପ୍ରଦାନ ମରାଯାଇ ନଥିଲା।କୈଳାଶନନ୍ଦ ଗିରି ମହାରାଜ କହିଛନ୍ତି, ‘ଲରେନଙ୍କୁ ମୁଁ ନିଜର ଝିଅ ମାନିଛି। ପରମ୍ପରା ଅନୁଯାୟୀ ତାଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବାକୁ ଦିଆଯାଇ ନଥିଲା। କାରଣ ସେ ହେଉଛନ୍ତି ଜଣେ ଅଣହିନ୍ଦୁ ଓ ଅଣସନାତନ। ମୋର ଲୋକଙ୍କୁ ଅନୁରୋଧ କି ଏହି ଘଟଣାରୁ ସେମାନେ ଶିକ୍ଷା କରନ୍ତୁ ‌ଯେ ଶିବଲିଙ୍ଗକୁ ସ୍ପର୍ଶ କରିବା ପାଇଁ ଜିଦ କରନ୍ତୁ ନାହିଁ।

    ପ୍ରୟାଗରାଜରେ ଲରେନଙ୍କୁ ଭଗବାନ ଶିବଙ୍କ ପ୍ରସାଦ, ରୁଦ୍ରାକ୍ଷ,ଭଷ୍ମ, ଚରଣାମୃତ ଓ ଫଳ ପ୍ରଦାନ କରାଯାଇଥିଲା। ଲରେନ୍ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆଧ୍ୟାତ୍ମିକ ଶିବିରରେ ପହଞ୍ଚିଥିଲେ। ସେ କୁମ୍ଭରେ ରହିବେ ଏବଂ ଗଙ୍ଗାରେ ବୁଡ଼ ପକାଇବାର ମଧ୍ୟ ଯୋଜନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ