Sunday, September 13, 2026
28.7 C
Odisha

    ଏହି ଗୋଟିଏ ପତ୍ର ଆପଣଙ୍କୁ ୧୦୦ବର୍ଷ ପର୍ଯ୍ୟନ୍ତ ରଖିବ ଯବାନ

    ଆଗକୁ ପଢନ୍ତୁ

    ଆଜିକାଲି ଯୁବ ପିଢ଼ିମାନଙ୍କ ଠାରେ କୁଞ୍ଚିତ ତ୍ୱଚା ଏକ ବହୁତ ବଡ଼ ସମସ୍ୟା ଦେଖାଦେଉଛି ଖାଦ୍ୟ ପୋଷଣର ଅଭାବ ଏବଂ ବ୍ୟସ୍ତ ବହୁଳ ଜୀବନଶୈଳୀ ।ତେଣୁ ବହୁତ କମ ବୟସରୁ ଯୁବକ ଯୁବତୀମାନଙ୍କ ଚେହେରାରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଦେଇଥାଏ ଏବଂ ଖୁବ ଶୀଘ୍ର ବାର୍ଦ୍ଧକ୍ୟ ମାଡିବସେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଘରୋଇ ଉପଚାର ନେଇ ଆସିଛୁ ଯାହାର ବ୍ୟବହାର ଦ୍ୱାରା ଚର୍ମ କୁଞ୍ଚନ ଭଳି ସମସ୍ୟା ଆପଣଙ୍କର ପାଖ ମାଡିବନି ଏବଂ ଆପଣଙ୍କର ଚେହେରାରେ ସବୁବେଳେ ଯୁବାସ୍ଥାର ଝଲକ ଦେଖିବାକୁ ମିଳିବ।ତୁଳସୀର ଗଛ ଆମ ସମସ୍ତଙ୍କର ଘରେ ଦେଖିବାକୁ ମିଳେ। କିଛି ଲୋକ ଧାର୍ମିକ ମାନ୍ୟତା କାରଣରୁ ତୁଳସୀ ଗଛକୁ ରଖିଥିବା ବେଳେ ଆଉ କିଛି ଲୋକ ଔଷଧୀୟ ଗୁଣ ପାଇଁ ଘର ବାଡ଼ିରେ ତୁଳସୀର ଗଛ ଲଗାଇଥାନ୍ତି। ବନ୍ଧୁଗଣ ତୁଳସୀର ପତ୍ର ଆମ ସ୍କିନ ପାଇଁ ରାମବାଣ ଔଷଧ ହୋଇଥାଏ। ତୁଳସୀର ପତ୍ରକୁ ଆମ ଚେହେରାରେ ବ୍ୟବହାର କରିବା ଦ୍ୱାରା ଆମ ସ୍କିନ ଟାଇଟ ହେବା ସହିତ ଆମ ଚର୍ମ କୁଞ୍ଚନ ଗାୟବ ହୋଇଯାଏ। ଯାହା ଦ୍ୱାରା ଆପଣ ଯେତେ ବୟସ୍କ ହୁଅନ୍ତୁ ନାଁ କାହିଁକି ଆପଣ ଯୁବକ ଭଳି ଦେଖାଯିବେ। ଚର୍ମ କୁଞ୍ଚନ ବା ଡିମ୍ପ୍ଲସକୁ ଦୂର କରିବା ପାଇଁ ଆପଣ ତୁଳସୀର ପତ୍ରକୁ ନେଇପାରିବେ କିମ୍ବା ତୁଳସୀ ପତ୍ରର ପାଉଡରକୁ ନେଇ ପାରିବେ। ତୁଳସୀ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ତାକୁ ପେଷ୍ଟ ବନାନ୍ତୁ କିମ୍ବା ତୁଳସୀ ପାଉଡରରେ ପାଣି ମିଶାଇ ତାକୁ ପେଷ୍ଟ କରନ୍ତୁ। ଏବେ ଏହି ପେଷ୍ଟକୁ ଚେହେରାରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ ୧୫ ମିନିଟ ପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଆପଣଙ୍କୁ ଏହି ଉପାୟ ସପ୍ତାହରେ ୨ ଥର ଏବଂ ୨ ରୁ ୩ ମାସ ଲଗାତାର କରିବାକୁ ହେବ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କର ସ୍କିନ ଟାଇଟ ହୋଇଯିବ। ଏବଂ ଚର୍ମ କୁଞ୍ଚନ ବା ରିଙ୍କଲସ ଭଳି ସମସ୍ୟା ଗାୟବ ହୋଇଯିବ ଏବଂ ଆପଣ ଯୁବକ ଭଳି ଦେଖାଯିବାକୁ ଲାଗିବେ। ତୁଳସୀର ପତ୍ର କେବଳ ଚର୍ମ କୁଞ୍ଚନ ନୁହେଁ ବରଂ ଆପଣଙ୍କର ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଆଜିକାଲିର ଯୁବ ପିଢ଼ି ମାନେ ଶାରୀରିକ ପରିଶ୍ରମ କରୁନାହାନ୍ତି ଏବଂ ଜଙ୍କ ଫୁଡ଼ର ବ୍ୟବହାର ଦ୍ୱାରା ଆମର ରକ୍ତରେ ଏମ୍ପରିଟି ବଢିଯାଏ। ଆମ ଚେହେରାରେ ବ୍ରଣ ଦେଖାଯିବାକୁ ଲାଗେ। ଏମିତିରେ ଆପଣ ତୁଳସୀର ପତ୍ର ନିଅନ୍ତୁ କିମ୍ବା ତୁଳସୀର ପାଉଡର ନେଇପାରିବେ। ତା ସହିତ କମଳା ଲେମ୍ବୁ ଚୋପାର ପାଉଡର ନେଇକି ଗୋଲାପ ଜଳ ସାହାର୍ଯ୍ୟରେ ପେଷ୍ଟ ବନାନ୍ତୁ ଏବଂ ଏହି ପେଷ୍ଟକୁ ପ୍ରତିଦିନ ଚେହେରାରେ ୫ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ। ଯଦି ଆପଣ ଏହି ଉପଚାର ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ କରିବେ ଆପଣଙ୍କର ଚେହେରାରୁ ବ୍ରଣ ଗାୟବ ହୋଇଯିବ।ଯଦି ଆପଣଙ୍କର କେଶ ଝଡୁଛି କିମ୍ବା କମ ବୟସରୁ କେଶ ପାଚିବାକୁ ଲାଗୁଛି ତାହେଲେ ଆପଣ ତୁଳସୀର ପତ୍ର ପାଉଡର ଏବଂ ଅଁଳା ପାଉଡରକୁ ସମାନ ମାତ୍ରାରେ ନେଇ ପାଣି ସାହାର୍ଯ୍ୟରେ ଏକ ପେଷ୍ଟ ବନାନ୍ତୁ ଏହି ପେଷ୍ଟକୁ ଆପଣ ଆପଣଙ୍କର କେଶରେ ଲଗାନ୍ତୁ ଆଉ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏହି ଉପାୟ ଆପଣ ସପ୍ତାହରେ ୨ ଥର ଏବଂ ୨ ମାସ ପର୍ଯ୍ୟନ୍ତ ଲଗାତାର କରିବା ଦ୍ୱାରା ଆପଣଙ୍କର କେଶର ସମସ୍ତ ସମସ୍ୟା ଦୂର ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ