ବାସ୍ତୁ ଶାସ୍ତ୍ରରେ ଘରର ସାଜସଜ୍ଜା ଠାରୁ ଆରମ୍ଭ କରି ଜିନିଷ ରଖିବା, କେଉଁ ଜିିନିଷ ଘରେ ରଖିବା ଉଚିତ୍ ନୁହେଁ, କେଉଁ କାରଣରୁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ, ଆଦି ବର୍ଣ୍ଣନା କରାଯାଇଛି । ଏହାସହ ବାସ୍ତୁ ସମସ୍ୟାର ସମାଧାନ ମଧ୍ୟ ରହିଛି । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ସଠିକ୍ ଦିଗ, ସ୍ଥାନ ପ୍ରତି ଧ୍ୟାନ ଦେଲେ ଘରେ ସର୍ବଦା ସକରାତ୍ମକ ବାତାବରଣ ରହିଥାଏ । ସୁଖସମୃଦ୍ଧି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଭୁଲ୍ ଦିଗରେ ଭୁଲ୍ ଜିିନିଷ ରଖିଲେ ବାସ୍ତୁ ସମସ୍ୟା ସୃଷ୍ଟି ହେବା ସହ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । କେତେକ ବାସ୍ତୁ ଦୋଷ ପାଇଁ ମାଙ୍ଗଳିକ କାର୍ଯ୍ୟ ଓ ବିବାହରେ ବିଳମ୍ବ ହୋଇଥାଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ଯୁବକ ହୁଅନ୍ତୁ ଅଥବା ଯୁବତୀଙ୍କ ବିବାହ ବାରମ୍ବାର ଭାଙ୍ଗିଥାଏ । ସମସ୍ୟା ଲାଗି ରହିଥାଏ । ଜାଣନ୍ତୁ କେଉଁ ବାସ୍ତୁ ଦୋଷ କାରଣରୁ ବିବାହରେ ଆସିଥାଏ ବାଧା..ଭଙ୍ଗା ଜିନିଷ- ଘରେ କଦାପି ଭଙ୍ଗା ଓ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ଦ୍ୱାରା ଘରେ ସର୍ବଦା ନକରାତ୍ମକ ଶକ୍ତି ରହିଥାଏ । ବିବାହରେ ବିଳମ୍ବ ହୋଇଥାଏ ।
ମୁଖ୍ୟ ଦ୍ୱାର- ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସର୍ବଦା ଖୋଲା ଓ ସଫା ସୁତୁରା ରଖନ୍ତୁ । ମୁଖ୍ୟ ଦ୍ୱାରକୁ କଦାପି ଭଙ୍ଗାତୁଟା ରଖନ୍ତୁ ନାହିଁ । ରଙ୍ଗ ଖରାପ ହେଲେ ନୂଆ ରଙ୍ଗ ଦିଅନ୍ତୁ ।ଏତେତେଣେ ଜିନିଷ – ଘରର ସମସ୍ତ କକ୍ଷରେ ଏଣେତେଣେ ଜିନିଷ ପକାଇ ରଖନ୍ତୁ ନାହିଁ । ନିୟମିତ କଳହ ଝଗଡା ମଧ୍ୟ କରନ୍ତୁ ନାହିଁ । ଶାନ୍ତି ଓ ପରିଷ୍କାର ବାତାବରଣ ରହିଲେ ମାଙ୍ଗଳିକ କାର୍ଯ୍ୟ ଶୀଘ୍ର ହୋଇଥାଏ ।
ଘରର ନଳରୁ ପାଣି ଅହରହ ପଡିବା ଶୁଭଙ୍କର ନୁହେଁ । ତେଣୁ ଏଥିପାଇଁ ଧ୍ୟାନ ଦିଅନ୍ତୁ । ନଳ ଖରାପ ହେବା ମାତ୍ରେ ତୁରନ୍ତ ଏହାର ମରାମତି କରନ୍ତୁ ।