Friday, October 2, 2026
22.2 C
Odisha

    ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ, ସଫଳ ହେଲା ଆର୍ଟେମିସ୍-୨ ମିଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ ମହାସାଗରର ସାନ ଡିଏଗୋ ଉପକୂଳରେ ସଫଳତାର ସହ ଅବତରଣ କଲା ଓରିଅନ ମହାକାଶ ଯାନ। ପ୍ରଶାନ୍ତ ମହାସାଗରର ନୀଳ ଜଳରାଶି ମଧ୍ୟରେ କ୍ୟାପସୁଲ୍ ଟି ସଫଳତାର ସହ ଅବତରଣ କରିଛି । ସବୁ ମହାକାଶଚାରୀ ସୁସ୍ଥ ଅଛନ୍ତି । ପୃଥିବୀର ବାୟୁମଣ୍ଡଳରେ ଓରିଅନ ମହାକାଶ ଯାନ ପ୍ରବେଶ କରିବା ସମୟରେ ଏକ ଭୟଙ୍କର ସ୍ଥିତି ଉପୁଜିଥିଲା । ପ୍ରବଳ ଘର୍ଷଣ ଓ ତାପମାତ୍ରା ଯୋଗୁଁ ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ସହ ମହାକାଶଚାରୀଙ୍କର କୌଣସି ଯୋଗାଯୋଗ ହୋଇପାରିନଥିଲା । ସେହି ସମୟରେ ପୂରା ବିଶ୍ୱ ଚିନ୍ତାରେ ଥିଲା ।

    ଶେଷରେ ପାରାସୁଟ୍ ଖୋଲିବା ସହ ଯୋଗାଯୋଗ ସ୍ଥାପନ ହେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ ପରେ ଆର୍ଟେମିସ୍-୨ ର ଚାରିଜଣ ମହାକାଶଚାରୀଙ୍କୁ ଓରିଅନ୍ ମହାକାଶ ଯାନରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ସେମାନଙ୍କୁ ଏବେ ଆମେରିକୀୟ ନୌସେନାର ବିଶାଳ ଜାହାଜ ‘ୟୁଏସ୍ଏସ୍ ଜନ୍ ପି. ମୁର୍ଥା’ କୁ ନିଆଯାଇଛି। ନୌସେନା ଜାହାଜ ‘ୟୁଏସ୍ଏସ୍ ଜନ୍ ପି. ମୁର୍ଥା’ ଉପରେ ଆର୍ଟେମିସ୍-୨ ର ମହାକାଶଚାରୀମାନଙ୍କୁ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଛି। ମହାକାଶରୁ ଫେରିବା ପରେ ସେମାନଙ୍କ ମୁହଁରେ ଏକ ବଡ଼ ହସ ରହିଥିଲା। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ଟିମ୍ ସହିତ ଯିବା ପୂର୍ବରୁ ସେମାନେ ଜାହାଜର ଡେକ୍ ଉପରେ କିଛି ସମୟ ଅପେକ୍ଷା କରିଥିଲେ। ଦୀର୍ଘ ଦିନର କଠିନ ମିଶନ ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିବାରୁ ସେମାନେ ବେଶ୍ ଉତ୍ସାହିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ