ଉତ୍ତମ ସ୍ବାସ୍ଥ୍ୟ ପାଇଁ ସବୁ ପ୍ରକାର ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ପନିପରିବା, ଫଳମୂଳ ଭଳି ଖଟା ଜିନିଷ ମଧ୍ୟ ଆମର ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ପିଲା ହୁଅନ୍ତୁ କି ବୁଢ଼ା, କି ସ୍ତ୍ରୀ ଲୋକ ସମସ୍ତଙ୍କର ତେନ୍ତୁଳି ଖୁବ ପସନ୍ଦ । ଆଜିକାଲି ତ ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି | ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ତେନ୍ତୁଳି କ୍ୟାଲସିୟମ, ଭିଟାମିନ C ଏବଂ E, କ୍ୟାଲସିୟମ, ଲୁହା, ଫସଫରସ୍, ପୋଟାସିୟମ, ମାଙ୍ଗାନିଜ୍ ଏବଂ ଫାଇବରରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।
ଓଜନ ହ୍ରାସ କରେ: ତେନ୍ତୁଳି ଖାଇବା ଦ୍ୱାରା ମେଦବହୁଳତା ରୋକିବାରେ ସାହାଯ୍ୟ ମିଳିଥାଏ । ଏଥିରେ ହାଇଡ୍ରୋସାଇଟ୍ରିକ୍ ଏସିଡ୍ ଥାଏ । ଯାହା ଚର୍ବି ହ୍ରାସ କରିଥାଏ । ତେନ୍ତୁଳି ଓଜନ ବୃଦ୍ଧିର ଆଶଙ୍କାକୁ ହ୍ରାସ କରିଥାଏ ।
ମଧୁମେହ ନିୟନ୍ତ୍ରଣ କରେ: ମଧୁମେହ ରୋଗୀଙ୍କ ପାଇଁ ତେନ୍ତୁଳି ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ କାର୍ବୋହାଇଡ୍ରେଟ୍ ଶୋଷଣ କରିବାକୁ ରୋକିଥାଏ । ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ତେନ୍ତୁଳି ପାଣି ପିଇପାରିବେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: ତେନ୍ତୁଳିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରେ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡ଼ାକ୍ତରମାନେ ତେନ୍ତୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।
ଲିଭର ପାଇଁ ଲାଭକାରୀ: ତେନ୍ତୁଳି ସୁସ୍ଥ ଲିଭର ବଜାୟ ରଖିବାରେ ପ୍ରଭାବଶାଳୀ । ଏତିକି ନୁହେଁ ବରଂ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ କରେ ।
ରକ୍ତଚାପ ନିୟନ୍ତ୍ରଣ କରେ: ତେନ୍ତୁଳିରେ ଲୁହା ଏବଂ ପୋଟାସିୟମ ଭରପୂର ମାତ୍ରାରେ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ପାଚନକ୍ରିୟା ପାଇଁ ଲାଭକାରୀ: ତେନ୍ତୁଳିରେ ଟାର୍ଟାରିକ ଏସିଡ୍ ଏବଂ ପୋଟାସିୟମ୍ ହେତୁ ପାଚନ କ୍ରିୟାକୁ ସୁସ୍ଥ ରଖେ । ତେଣୁ ତେନ୍ତୁଳି ଖାଇବା ଦ୍ୱାରା ପେଟ ରୋଗକୁ ରୋକାଯାଇପାରେ ।
ରକ୍ତଅଭାବକୁ ପୂରଣ କରେ: ତେନ୍ତୁଳି ରକ୍ତ ଅଭାବକୁ ପୂରଣ କରିବାରେ ଲାଭଦାୟକ । ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ପାଇଁ, ଏହାକୁ ଖାଇବା ଉଚିତ୍ । କାରଣ ଏଥିରେ ଲୌହ ବା ଆଇରନ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ ।
