Wednesday, June 10, 2026
35.5 C
Odisha

    ଏହି ସବୁ ଲକ୍ଷଣ ଦେଖା ଦେଉଥିଲେ ସାବଧାନ! ଦେଇଥାଏ ବ୍ରେନ୍ ଟ୍ୟୁମରର ସଙ୍କେତ

    ଆଗକୁ ପଢନ୍ତୁ

    ଆଜିକାଲିକା ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ସେହି ସବୁ ସମସ୍ୟାକୁ ବେଳେବେଳେ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ ।

    ବ୍ରେନ୍ ଏକ ଏପରି ଅଂଶ ଯାହା ଆମ ଶରୀର ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ପ୍ରାୟତଃ ଲୋକଙ୍କର ମୁଣ୍ଡବିନ୍ଧା କିମ୍ବା କମ୍ ଦୃଷ୍ଟି ଶକ୍ତି ଭଳି ସମସ୍ୟା ଦେଖାଦେଇଥାଏ । ଆମେ ସାଧାରଣତଃ ଏହାକୁ ଟେନସନରୁ ହୋଇଥାଏ ବୋଲି ଭାବିଥାଉ । ତେଣୁ ଆମେ ଏହାକୁ ଅଣଦେଖା ମଧ୍ୟ କରିଦେଇଥାଉ । କିନ୍ତୁ କିଛି ଲକ୍ଷଣ ଦେଖାଦେଇଥାଏ ଯାହା ରୋଗ ବିଷୟରେ ଆଗୁଆ ସୂଚନା ଦେଇଥାଏ । ଯଦି ଏପରି କିଛି ଲକ୍ଷଣ ଦେଖାଦେଉଛି ତେବେ ଏହା ବ୍ରେନ୍ ଟ୍ୟୁମରର ଲକ୍ଷଣ । ମୁଣ୍ଡବିନ୍ଧା, ଦୃଷ୍ଟି ଶକ୍ତି ସମସ୍ୟା ହେଉଛି ବ୍ରେନ୍ ଟ୍ୟୁମରର ପ୍ରଥମ ଲକ୍ଷଣ ହୋଇଥାଏ । ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଚିକିତ୍ସା କରିବା ଉଚିତ୍ । ତେବେ ଆସନ୍ତୁ ଆଉ କେଉଁ ସବୁ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ ସେ ସମ୍ପର୍କରେ ଜାଣିବା ।

    ବ୍ରେନ୍ ଟ୍ୟୁମରର ଲକ୍ଷଣ –

    ଲଗାତାର ମୁଣ୍ଡବିନ୍ଧା – ଲଗାତାର ମୁଣ୍ଡବିନ୍ଧା ମଧ୍ୟ ବ୍ରେନ୍ ଟ୍ୟୁମରର ଲକ୍ଷଣ ହୋଇନଥାଏ । ବରଂ ମାଇଗ୍ରେନ୍ କିମ୍ବା ଅଧିକ ଥକ୍କାପଣ ଯୋଗୁଁ ମୁଣ୍ଡବିନ୍ଧା ହୋଇଥାଏ । କିନ୍ତୁ ଯଦି ମୁଣ୍ଡବିନ୍ଧା ଲଗାତାର ହେଉଛି ଏବଂ ଧୀରେ ଧୀରେ ଏହି ସମସ୍ୟା ଦିନକୁ ଦିନ ବଢୁଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ତେଣୁ ତୁରନ୍ତ ଡାକ୍ତର ସହିତ ପରାମର୍ଶ କରନ୍ତୁ । ନଚେତ୍ ପରେ ଏହା ଆହୁରି ବଡ଼ ସମସ୍ୟା ସୃଷ୍ଟି କରିପାରେ ।

    ସ୍ମୃତି ଶକ୍ତି ହ୍ରାସ ପାଇବା- ଆପଣ ଯଦି ସବୁ ଛୋଟ ଏବଂ ବଡ଼ କଥାକୁ ଭୁଲିଯାଉଛନ୍ତି ତେବେ ଏହା ମାନସିକ ଥକ୍କାପଣ ନୁହେଁ । ଯେତେବେଳେ ବ୍ରେନ୍ ଉପରେ କୌଣସି ଚାପ ପଡୁଛି ତେବେ ଏହାର ସିଧାସଳଖ ପ୍ରଭାବ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ ପଡିଥାଏ । ଏଥିସହିତ ଯଦି ଦିନକୁ ଦିନ ଆପଣଙ୍କ ସ୍ମୃତି ଶକ୍ତି ହ୍ରାସ ପାଉଛି ତେବେ ଏହା ବ୍ରେନ୍ ଟ୍ୟୁମରର ଲକ୍ଷଣ ବୋଲି ବୁଝି ଯାଆନ୍ତୁ ଏବଂ ନିଶ୍ଚୟ ଏହାର ଉପଚାର କରନ୍ତୁ ।

    ଶରୀର ନିଷ୍କ୍ରିୟ ହେବା – ବେଳେବେଳେ ହାତ ଏବଂ ପାଦ ନିଷ୍କ୍ରିୟ ହୋଇଯାଏ । ଯାହା ଥଣ୍ଡା ପାଇଁ ହୋଇଥାଏ ବୋଲି ଭାବିଥାଉ । ଯଦି ଆପଣଙ୍କର ହାତ, ପାଦ କିମ୍ବା ଶରୀର କିଛି ଅଂଶ ନିଷ୍କ୍ରିୟ ହୋଇଯାଏ ତେବେ ଏଥିପ୍ରତି ସାବଧାନ ରୁହନ୍ତୁ । ଏହି ସମସ୍ୟାକୁ ଆଦୌ ହାଲକା ନେବା ଉଚିତ୍ ନୁହେଁ । ତେଣୁ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ନଚେତ୍ ଏହା ଆପଣଙ୍କ ଜୀବନ ନେଇପାରେ ।

     ଦୃଷ୍ଟି ଶକ୍ତିରେ ସମସ୍ୟା- ଯଦି ଆପଣଙ୍କ ଦୃଷ୍ଟି ଶକ୍ତି ହ୍ରାସ ପାଉଛି କିମ୍ବା ଝାପସା ଦିଶୁଛି ତେବେ ଏହା ଆଖି ସମସ୍ୟା ନୁହେଁ । ବରଂ ଏହି ଲକ୍ଷଣ ବ୍ରେନ୍ ଟ୍ୟୁମରର ସଙ୍କେତ ଦେଇଥାଏ । ବ୍ରେନ୍ ଟ୍ୟୁମର ଦୃଷ୍ଟି ନିୟନ୍ତ୍ରଣ କରୁଥିବା କିଛି ଅଂଶ ଗୁଡିକୁ ପ୍ରଭାବିତ କରିଥାଏ ।

    ବିଚଳିତ କରେ- ଯଦି ଆପଣ ଚାଲିବା ସମୟରେ ଗୋଡ଼ ଥରୁଛି କିମ୍ବା ସନ୍ତୁଳନ ବଜାୟ ରଖିପାରୁନାହାଁନ୍ତି ତେବେ ଏଥିପ୍ରତି ସତର୍କ ରୁହନ୍ତୁ । ଏହା ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଅର୍ଥାତ୍ ବ୍ରେନ୍ ଟ୍ୟୁମରର ଲକ୍ଷଣ ହୋଇଥାଏ ।

    ଯଦି ଏହି ସବୁ ଲକ୍ଷଣ ଦେଖାଦେଉଛି ଡେରି ନକରି ନ୍ୟୁରୋଲୋଜି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏଥିସହ ମସ୍ତିଷ୍କ ସହିତ ଜଡିତ ସମସ୍ୟା ପାଇଁ କିଛି ଟେଷ୍ଟ କରନ୍ତୁ । ଯାହା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    35 %
    3.6kmh
    29 %
    Wed
    42 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ