Wednesday, April 30, 2025
36.8 C
Odisha

    ଏହି ସବୁ ଲୋକ ଭୁଲରେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍, ହୋଇପାରେ ବଡ ସମସ୍ୟା

    ଆଗକୁ ପଢନ୍ତୁ

    ଆଇସ୍କ୍ରିମ ଖାଇବାକୁ କିଏ ବା ଭଲ ନପାଏ । ପିଲାଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଆଇସକ୍ରଇମକୁ ଖାଇବାକୁ ପସନ୍ଦ କରିଥାନ୍ତି । ଦିନକୁ ଦିନ ମାର୍କେଟରେ ବିଭିନ୍ନ ପ୍ରକାର ଆଇସ୍କ୍ରିମ ଉପଲବ୍ଧ ହେଉଛି । ଯାହାଦ୍ୱାରା ଆଇସକ୍ରିମର କ୍ରେଜନେସକୁ ବଢାଇଦେଇଛି ।  ବିଶେଷ କରି ଖରା ଦିନରେ ଆଇସ୍କ୍ରିମର ଚାହିଦା ବଢିଯାଇଥାଏ । ଖରା ଗରମ ପାଇଁ ମଧ୍ୟ ଅନେକ ଜଣ ଆଇସ୍କ୍ରିମ ଖାଇବାକୁ ଅଭ୍ୟାସରେ ପକାଇଦିଅନ୍ତି । ଯାହା ପରେ ଅନେକ ଶାରୀରିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ ।  ଆଇସ୍କ୍ରିମ ଖାଇବାର ମଜା ଖୁବ୍ ନିଆରା । ସବୁକିଛି ତା ସାମ୍ନାରେ ଫିକା ଭଳି ଲାଗେ । ଆଇସ୍କ୍ରିମର କଥା ଉଠିବା ମାତ୍ରେ ଖାଇବାର ଇଚ୍ଛାକୁ ବଢାଇଦେଇଥାଏ । ଏହାକୁ ଅତ୍ୟଧିକ ଖାଇବା ଦ୍ବାରା ଶରୀରରେ ଅସୁସ୍ଥତା ଦେଖାଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? ଆଇସ୍କ୍ରିମ୍ କେଉଁମାନଙ୍କ ପାଇଁ ହାନିକାରକ ଆସନ୍ତୁ ଜାଣିବା ।

    ଡାଇବେଟିସ୍ ରୋଗୀ : ଖରା ଗରମ ପାଇଁ ଡାଇବେଟିସ ରୋଗୀମାନେ ମଧ୍ୟ ଆଇସ୍କ୍ରିମ୍ ଖାଇବାର ମଜା ନେବାକୁ ଛାଡୁନାହାନ୍ତି । ଆଇସ୍କ୍ରିମରେ ପ୍ରଚୁର ମାତ୍ରାରେ ସୁଗାରର ବ୍ୟବହାର କରାଯାଇଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ହିତକାରୀ ନୁହେଁ ।  ଯାହାଫଳରେ ହଠାତ୍ ସୁଗାର ଲେବଲକୁ ବଢାଇଥାଏ । କିଛି ମୁହୁର୍ତ୍ତ୍ବ ପାଇଁ ତ ଆରାମ ମିଳିଥାଏ ହେଲେ ତାଙ୍କ ରୋଗର ସମସ୍ୟାକୁ ଦ୍ବିଗୁଣିତ କରିଦେଇଥାଏ । ତେଣୁ ଡାଇବେଟିସ ରୋଗୀ ଆଇସ୍କ୍ରମ ଖାଇବା ଆଦୌ ଉଚିତ୍ ନୁହେଁ।

    ହାର୍ଟ ରୋଗୀ : ଆଇସ୍କ୍ରିମରେ କେମିକାଲ ଗୁଣ ଥିବା ହେତୁ ଏହା ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ହାନିକାରକ । ଆଇସ୍କ୍ରିମରେ ଥିବା କ୍ରିମ ହାର୍ଟ ରୋଗୀଙ୍କ ପାଇଁ ଖରାପ କରିଥାଏ । ଆଇସ୍କ୍ରିମ ଖାଇବା ଦ୍ବାରା କୋଲେଷ୍ଟ୍ରୋଲକୁ ବଢାଇବା ସହ ରକ୍ତଚାପକୁ ମଧ୍ୟ ବଢାଇଦେଇଥାଏ । ଯାହା ହାର୍ଟ ରୋଗୀଙ୍କ ପାଇଁ କ୍ଷତିକାରକ ।

    ଦାନ୍ତରେ ସମସ୍ୟା : ଅଧିକ ଆଇସ୍କ୍ରିମ୍ ଖାଇବା ଫଳରେ ଦାନ୍ତକୁ ଦୁର୍ବଳ କରିଦେଇଥାଏ । ଦାନ୍ତରେ କ୍ୟାବେଟିଜ ଭଳି ସମସ୍ୟା ଦେଖାଦେଇଥାଏ । ଚିନିର ମାତ୍ରା ସେଥିରେ ଥିବାରୁ ଦାନ୍ତ ବିନ୍ଧା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଫଳରେ ଦାନ୍ତ ଜନିତ ସମସ୍ୟାରେ ପୀଡିତ ଥିଲେ ଆଇସ୍କ୍ରିମ୍ ଖାଇବା ଅନୁଚିତ୍ ।

    ଓଜନରେ ବୃଦ୍ଧି ହେଉଥିଲେ : ଆମେ ସାଧାରଣତଃ ଜାଣିଥାଉ କି ଚିନି ଖାଇବା ଦ୍ବାରା ଆମ ଓଜନକୁ ବଢାଇଥାଏ । ଯାହା ବର୍ତ୍ତମାନ ସମୟରେ ମୋଟା ହେବାର ଚିନ୍ତାକୁ ବଢାଇଦେଇଛି । ଏହାର ମୁଖ୍ୟ କାରଣ ହେଉଛି ଆଇସ୍କ୍ରମ ଖାଇବା । ଆଇସ୍କ୍ରିମରେ କ୍ୟଲୋରୀ ଥିବାରୁ ଆମର ମୋଟାପଣକୁ ବଢାଇଥାଏ । ଯଦି ଆପଣ ମୋଟାପଣକୁ କମାଇବାକୁ ଚାହୁଁଛନ୍ତି ତେବେ ଆଇସ୍କ୍ରିମ୍ କାଇବା ଉଚିତ୍ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    31 %
    1.9kmh
    3 %
    Wed
    38 °
    Thu
    39 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ