Monday, August 24, 2026
24.2 C
Odisha

    ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ

    ଆଗକୁ ପଢନ୍ତୁ

    ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ ଚମକାଇ ଦେଇଛି। ଏଥିରେ ଶାସକ ଭାଜପା କ୍ଷତିରେ ପଡୁଥିବାର ଦେଖାଯାଉଛି। ଏକଜିଟ ପୋଲ ମୁତାବକ ୧୦ ବର୍ଷ ହେଲା ସରକାର ଚଳାଇ ଆସୁଥିବା ଭାଜପାକୁ ବଡ଼ ଝଟ୍‌କା ଲାଗିପାରେ। ଅର୍ଥାତ୍‌ ଭାଜପା କ୍ଷମତାଚ୍ୟୁତ ହୋଇପାରେ। ଅନୁମାନରୁ ସ୍ପଷ୍ଟ ଜଣାପଡୁଛି ଯେ ବିରୋଧୀ ଲହର ଶାସକ ଭାଜପା ବିରୋଧରେ ବୋହୁଛି। କିଷାନ, ଯବାନ ଓ ପେହେଲବାନ ପ୍ରସଙ୍ଗକୁ ବଡ଼ ମୁଦ୍ଦା କରି ଲୋକେ ଭୋଟ ଦେଇଛନ୍ତି।

    ଭାଜପା ଯେବେ ୨୦୧୪ରେ ଜିତିକି ଆସିଲା ସେତେବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ଜନମତ ପ୍ରବଳ ଥିଲା। ଠିକ୍‌ ସେହି ପରିସ୍ଥିତି ଏବେ ବିଜେପି କ୍ଷେତ୍ରରେ ଦେଖିବାକୁ ମିଳୁଛି। ୧୦ ବର୍ଷର ସରକାର ବିରୋଧୀ ଲହରର ମୁକାବିଲା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ଏପରିକି ଶେଷ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇ ଦିଆଯାଇଥିଲା। ହେଲେ ଦଳ ପ୍ରତି ଜନତାଙ୍କ ମୁଡକୁ ବଦଳାଯାଇ ପାରିଲାନି। ଏଥିରେ ଜାଟ୍‌ମାନଙ୍କ ଅସନ୍ତୋଷ ନିଆଁରେ ଘିଅ ପରି କାମ କରିପାରେ ବୋଲି କୁହାଯାଉଛି। ଚାଷୀ ଓ କୁସ୍ତି ଯୋଦ୍ଧାଙ୍କ ପ୍ରସଙ୍ଗକୁ ବିଜେପି ଯେଉଁ ଢଙ୍ଗରେ ନଜରଅନ୍ଦାଜ କରିଥିଲା ଏବଂ ଏମାନଙ୍କ ପ୍ରତି ଶକ୍ତ ହୋଇଥିଲା ଏଥିରେ ଲୋକଙ୍କ ରାଗ ବଢିଯାଇଥିଲା। ଖାସ କରି ଚାଷୀଙ୍କୁ ନେଇ ଯେବେ ଭାଜପା ନେତାମାନେ ଅନର୍ଗଳ ବୟାନବାଜି କଲେ ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା। କୁସ୍ତିଯୋଦ୍ଧା ପ୍ରସଙ୍ଗରେ ଭାଜପା ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲାନି। ଏପରିକି ୟୁପିରେ ତାଙ୍କ ପୁଅଙ୍କୁ ନିର୍ବାନ ଲଢିବାକୁ ପାର୍ଟି ଟିକେଟ ମଧ୍ୟ ମିଳିଗଲା। ଏଥିରେ ଲୋକଙ୍କ ଅସନ୍ତୋଷ ଆହୁରି ବଢିଗଲା। ଏଥର ନିର୍ବାଚନରେ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସିଧା ମୁକାବିଲା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଓ ମନୋହରଲାଲ ଖଟ୍ଟରଙ୍କ ମଧ୍ୟରେ ହୋଇଛି। ଏଥିରେ ହୁଡ୍ଡା ଭାଜପା ନେତାଙ୍କ ଉପରେ ଭାରି ପଡିଛନ୍ତି। କାରଣ ତାଙ୍କ ପାଖରେ ଜାଟ୍‌ ଓ ଦଳିତଙ୍କ ସମର୍ଥନ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ