Wednesday, April 1, 2026
25.3 C
Odisha

    ଏୟାର ଇଣ୍ଡିଆର ଏକ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରୁ ଅହମ୍ମଦାବାଦ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 2939 ରାତି ୧୦ଟା ୨୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଦେଖିବା ପରେ ଅହମ୍ମଦାବାଦ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଦିଲ୍ଲୀ ଫେରିବାକୁ ପଡିଲା ବୋଲି ସୂଚନା ମିଳିଛି ।

    ସୂଚନାନୁଯାୟୀ, ବିମାନଟି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିଲା । କ୍ରୁ ସଦସ୍ୟମାନେ ସେନ୍ସରଗୁଡିକ କାର୍ଗୋ କମ୍ପାର୍ଟମେଣ୍ଟରେ ଧୂଆଁ  ଉଠିବାର ସତର୍କ କରିଥିଲେ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣକୁ ସୂଚନା ଦେଇଥିଲେ । ଯାହା ଫଳରେ ଏୟାର ଇଣ୍ଡିଆର ଏହି AI 2939 ବିମାନଟି ଗତକାଲି ରାତିରେ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ସୁରକ୍ଷିତ ଭାବେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁର ସଦସ୍ୟମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଧୂଆଁ ସତର୍କତାର କାରଣ ତଦନ୍ତାଧୀନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ