Saturday, January 11, 2025
25.9 C
Odisha

    ଓଜନ କମ କରିବ ମହୁ ଓ ଗୋଲମରିଚ

    ଆଗକୁ ପଢନ୍ତୁ

    ଭାରତୀୟ ଖାଦ୍ୟରେ ଅନେକ ପ୍ରକାର ମସଲା ବ୍ୟବହାର କରାଯାଏ । ତେବେ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଗୋଲମରିଚ ବହୁତ ମାତ୍ରାରେ ବ୍ୟବହାର କରାଯାଏ । ଏହି ମସଲାକୁ ଆପଣ ସମସ୍ତ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରିପାରିବେ । ଗୋଲମରିଚରେ ଭିଟାମିନ ଏବଂ କ୍ୟାଲ୍‌ସିୟମ ରହିଛି । ଏଥି ସହିତ ବେଲି ଫ୍ୟାଟ୍‌ କମ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଗୋଲମରିଚ ପ୍ରକୃତିରେ ଗରମ ହୋଇଥାଏ, ସେଥିପାଇଁ ଶୀତଦିନେ ଆପଣ ଏହାକୁ ଆରାମରେ ବ୍ୟବହାର କରିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି, କେମିତି ଆପଣ ଗୋଲମରିଚ ସାହାଯ୍ୟରେ ନିଜର ଓଜନ କମ କରି ପାରିବେ ଏବଂ କିପରି ଭାବେ ନିଜ ଡାଏଟ୍‌ରେ ଏହାକୁ ସାମିଲ କରି ପାରିବେ ।

    ଆପଣମାନେ ଜାଣିଥିବେ ଗୋଲମରିଚରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ତେବେ ଗୋଲମରିଚରେ ପିପେରିନ୍‌ ରହିଥାଏ, ଏହି କମ୍ପାଉଣ୍ଡ୍‌ ମେଟାବଲିଜମ୍‌କୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଫ୍ୟାଟ୍‌ ଜମିବାକୁ ଦେଇ ନ ଥାଏ । ଗୋଲମରିଚ ଗୁଡ୍‌ କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ବଢ଼ାଇଥାଏ । ଥର୍ମୋଜେନିକ ହୋଇଥିବାରୁ ଏହା ମେଟାବଲିଜମ୍‌କୁ ବଢ଼ାଇବା ଏବଂ କ୍ୟାଲୋରୀକୁ କମ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଯେଉଁମାନେ ଶୀଘ୍ର ଓଜନ କମ କରିବା ପାଇଁ ଚାହୁଁଛନ୍ତି, ସେମାନେ ଏହି ଉପାୟରେ ଗୋଲମରିଚାକୁ ନିଜ ଡାଏଟରେ ସାମିଲି କରିପାରିବେ ।

    ଅନେକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ଗୋଲମରିଚକୁ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ଓଜନ କମ ହେବା ପ୍ରକ୍ରିୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଯଦିଓ ଏହାକୁ ଡାଏଟ୍‌ରେ ସାମିଲ କଲେ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ, କିନ୍ତୁ ଆପଣ କମ୍‌ ମାତ୍ରାରେ ହିଁ ଗୋଲମରିଚ ସେବନ କରିବା ଉଚିତ । ସେଥିପାଇଁ ପ୍ରତିଦିନ ଗୋଟିଏ ଚାମଚରୁ ଅଧିକ ଗୋଲମରିଚ ଖାଆନ୍ତୁ ନାହିଁ । ତେବେ ପ୍ରତିଦିନ ସକାଳ ଜଳଖିଆ ପୂର୍ବରୁ ୧ରୁ ୨ଟି ଗୋଲମରିଚ ଖାଇଲେ ଶରୀରରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯଦି ଆପଣ ଏହାକୁ ଚୋବାଇ ଖାଇବାକୁ ଚାହୁଁଛନ୍ତି, ତାହେଲେ ଏହି ଉପାୟ ଆପଣଙ୍କ ପାଇଁ ବେଷ୍ଟ୍‍ ରହିବ । କିନ୍ତୁ ମନେ ରଖନ୍ତୁ, ଗୋଲମରିଚ ଅଧିକ ମାତ୍ରାରେ ସେବନ କଲେ ଆପଣଙ୍କୁ ଗ୍ୟାଷ୍ଟ୍ରିକ୍‌, ପେଟ ଖରାପ, ପେଟ ଜଳିବା ଆଦି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଆପଣ ଜାଣିଛନ୍ତି କି ଗୋଲମରିଚ ଏବଂ ମହୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହି ଦୁଇଟି ଜିନିଷରେ ଔଷଧୀୟ ଗୁଣ ଭରପୂର ରହିଛି, ଯାହା ଆପଣଙ୍କ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଗୋଲମରିଚ ଏବଂ ମହୁକୁ କିପରି ନିଜ ଡାଏଟରେ ସାମିଲ କରିବେ ।

    ଗୋଲମରିଚ ଏବଂ ମହୁ ମିଶ୍ରିତ ପାଣି ଡିଟକ୍ସ ଭଳି କାମ କରିଥାଏ । ଏହାକୁ ପିଇବା ପାଇଁ ପ୍ରଥମେ ଆପଣ ପ୍ୟାନ୍‌ରେ ଏକ କପ୍‌ ପାଣି ଗରମ କରନ୍ତୁ । ଏଥିରେ ୧ ଚାମଚ ମହୁ ଏବଂ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ । ଯେତେବେଳେ ଏହି ପାଣି ରୁମ୍‌ ତାପମାତ୍ରାକୁ ଆସିଯିବ, ତ ସେହି ସମୟରେ ଏହାକୁ ସେବନ କରନ୍ତୁ । ଏପରି କିଛି ସପ୍ତାହ କରନ୍ତୁ, ଦେଖିବେ ଆପଣଙ୍କ ଓଜନ କିଛି ଦିନ ମଧ୍ୟରେ କମ ହୋଇଯିବ । ଏହା ବ୍ୟତୀତ ଥଣ୍ଡା ଓ କାଶରୁ ମଧ୍ୟ ମୁକ୍ତି ମିଳିବ । ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାରୁ ଆରାମ ପାଇବା ପାଇଁ ଚାହୁଁଛନ୍ତି, ସେମାନେ ଏପରି ଗୋଲମରିଚ ଏବଂ ମହୁ ଖାଇବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.9 ° C
    25.9 °
    25.9 °
    30 %
    2kmh
    41 %
    Sat
    28 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ