Sunday, October 4, 2026
24.3 C
Odisha

    ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ଅକ୍ଟୋବର ୫ : ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍‌ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶନିବାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ପର୍ଯ୍ୟାପ୍ତ ସୁଯୋଗ ରହିଛି ଏଠାରେ ସଫଳ ଭାବେ ଏକ ପ୍ରତିରକ୍ଷା ସରଞ୍ଜାମ କରିଡର ସୃଷ୍ଟି କରିହେବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଲେଫ୍ଟନାଂଟ ଜେନେରାଲ ମହାନ୍ତି ।
    ଏହି ସମ୍ମିଳନୀକୁ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତିଙ୍କୁ ସେନାବାହିନୀର ବିଶେଷଜ୍ଞଙ୍କ ସହ ଗୋଟିଏ ମଂଚରେ ଏକିତ୍ରିତ କରିବା ।
    ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଏଓସି-ଇନ୍ -ସି, ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଏୟାର ମାର୍ଶାଲ ଡି.କେ. ପଟ୍ଟନାୟକ, ଡିଆର୍‌ଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍‌ର ଡାଇରେକ୍ଟର ଜେନେରାଲ ଡକ୍ଟର ବି.କେ. ଦାସ, ପୂର୍ବତନ ଆଡିସ୍‌ନାଲ୍ ସର୍ଭେୟର ଜେନେରାଲ ତଥା ଓସିଏଫ୍‌ର ଚେୟାରମ୍ୟାନ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ, ଓସିଏଫର କୋ-ଚେୟାରମ୍ୟାନ ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ଏବଂ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତୁଷାର ସାହୁ ବକ୍ତବ୍ୟ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ