Saturday, October 10, 2026
24.4 C
Odisha

    ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପାଇଁ ପଶ୍ଚିମବଙ୍ଗ ଦାୟୀ : ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପାଇଁ ପଶ୍ଚିମବଙ୍ଗ ଦାୟୀ । ଗତକାଲି ଭୁବନେଶ୍ବରର ରେଳଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଗିରଫ ହେବା ଘଟଣାରେ ଏହା କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପଶୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ବର୍ଡରରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କର କାମ ।କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ କାମ କରୁନାହାନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆଇନ ଓ ପଦକ୍ଷେପକୁ ମଧ୍ଯ ସହଯୋଗ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର । ଓଡ଼ିଶାରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତହସିଲଦାରମାନେ ରାଜ୍ୟରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାରେ ସହାୟତା କରୁଛନ୍ତି। ରାଜ୍ୟରେ ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଅନେକ ଅପରାଧିକ କାର୍ଯ୍ୟରେ ସଂପୃକ୍ତ। ଏହାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ସୁରେଶ ପୂଜାରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ