Tuesday, May 19, 2026
40 C
Odisha

    ଓଡ଼ିଶାରେ ସାଂଘାତିକ ତାତି, ରାଜ୍ୟର ୧୬ରୁ ଅଧିକ ସହର ୪୦ ଡିଗ୍ରୀ ଉପରେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ସାଂଘାତିକ ତାତି । ୪୩ ଡିଗ୍ରୀ ପାର କଲା ଝାରସୁଗୁଡ଼ା, ରାଜ୍ୟର ୧୬ରୁ ଅଧିକ ସହର ୪୦ ଡିଗ୍ରୀ ଉପରେ । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ରୂପ ଧାରଣ କରୁଛି । ଓଡ଼ିଶାର ପ୍ରାୟ ୧୬ରୁ ୧୭ଟି ପ୍ରମୁଖ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ସନ୍ତୁଳି ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶିଳ୍ପାଞ୍ଚଳ ସହର ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ରେକର୍ଡ ତାପମାତ୍ରା । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ପ୍ରଖର ସୂର୍ଯ୍ୟକିରଣ ଏବଂ ଗରମ ପବନ ଯୋଗୁଁ ମଧ୍ୟାହ୍ନ ସମୟରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିଭଳି ବୌଦ୍ଧ ୪୨.୮ ଡିଗ୍ରୀ ସେଲସିୟସ୍ ଅନୁଗୋଳ ଓ ସମ୍ବଲପୁର: ୪୨.୩ ଡିଗ୍ରୀ ସେଲସିୟସ୍ । ହୀରାକୁଦ ୪୨.୦ ଡିଗ୍ରୀ ସେଲସିୟସ୍, ବାରିପଦା ୪୧.୮ ଡିଗ୍ରୀ ସେଲସିୟସ୍, ତାଳଚେର: ୪୧.୬ ଡିଗ୍ରୀ ସେଲସିୟସ୍, ଭବାନୀପାଟଣା, ବଲାଙ୍ଗୀର ଓ ଟିଟଲାଗଡ଼: ୪୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

    ଭୁବନେଶ୍ୱର ଓ କଟକ ଟ୍ୱିନ୍ ସିଟିରେ ତାପମାତ୍ରା ଯଥାକ୍ରମେ ୩୯ ଡିଗ୍ରୀ ରହିଥିଲେ ବି ଅତ୍ୟଧିକ ଆଦ୍ରତା ଯୋଗୁଁ ଗୁଳୁଗୁଳି ଓ ଅସହ୍ୟ ଗରମ ଅନୁଭୂତ ହେଉଛି । IMD ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତେବେ ଏହା ସହ ରାଜ୍ୟର କେତେକ ସ୍ଥାନରେ ସ୍ଥାନୀୟ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସକାଳ ୧୧ଟାରୁ ସନ୍ଧ୍ୟା ୩ଟା ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ଏବଂ ପ୍ରଚୁର ପରିମାଣରେ ପାଣି ଓ ତରଳ ପଦାର୍ଥ ସେବନ କରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40 ° C
    40 °
    40 °
    24 %
    3kmh
    18 %
    Tue
    43 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ