Wednesday, October 7, 2026
31.4 C
Odisha

    ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍‌ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍‌-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍‌ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍‌ କରିବା: ଭଲ୍ୟୁମ୍‌ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଲୋକ ସଭା ସଦସ୍ୟ ବିଭୁ ପ୍ରସାଦ ତରାଇ, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ସ୍ବାଗତ ଭାଷଣରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନ୍ଧ କହିଲେ, ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ଆଇଏମ୍‌ଡବ୍ଲ୍ୟ-୨୦୨୫ରେ ୧୦୦ରୁ ଅଧିକ ଦେଶ, ୨୦୦ ଅନ୍ତର୍ଜାତୀୟ ବକ୍ତା, ୫୦୦ ପ୍ରଦର୍ଶକ ଓ ୧ ଲକ୍ଷ ପ୍ରତିନିଧି ଯୋଗଦେବେ। ଏହା ପୋର୍ଟ ମଡର୍ନାଇଜେଶନ, କ୍ଷମତା ବୃଦ୍ଧି, ଗ୍ରୀନ୍‌ ଶିପିଂ, ଶିପ୍‌ ବିଲ୍ଡିଂ, ଇନ୍ସୁରାନ୍ସ ଓ ଫାଇନାନ୍ସ, ମେରିଟାଇମ୍‌ ସୁରକ୍ଷା ଆଦି ବିଷୟରେ ଚର୍ଚ୍ଚାର ପ୍ଲାଟ୍‌ଫର୍ମ ହେବ। ମନ୍ତ୍ରଣାଳୟ ୧୦ ଲକ୍ଷ କୋଟିରୁ ଅଧିକ ଏମ୍‌ଓୟୁ ସାଇନ୍‌ କରିବ। ସେଥିମଧ୍ୟରୁ ଓଡ଼ିଶାର ପାରାଦୀପ ପୋର୍ଟ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକର୍ଷଣ କରିବ ବୋଲି ଆଶା କରାଯାଉଛି। ସେ ଗୁଜରାଟର ଭାବନଗରରେ ପ୍ରଧାନମନ୍ତ୍ରୀଙ୍କ ଇଭେଣ୍ଟରେ ଓଡ଼ିଶା ସରକାରଙ୍କ ସହ ସ୍ବାକ୍ଷରିତ ହୋଇଥିବା ମେଜର୍‌ ପୋର୍ଟ(୨୧,୫୦୦ କୋଟି), ମହାନଦୀ ମାଉଥ୍‌ରେ ଶିପ୍‌ବିଲ୍ଡିଂ ହବ୍‌(୨୪,୭୦୦ କୋଟି) ଓ ପୁରୀରେ କ୍ରୁଜ୍‌ ଟର୍ମିନାଲ ଉପରେ ଏମ୍‌ଓୟୁକୁ ଉଲ୍ଲେଖ କରି ‘ୱାନ୍‌ ନେଶନ ୱାନ୍‌ ପୋର୍ଟ’ ପ୍ରୋସେସ୍‌ ଡକ୍ୟୁମେଣ୍ଟ ଆଦି ସମ୍ପର୍କରେ କହିଥିଲେ। ସେହିପରି ଉଷା ପାଢ଼ୀ କହିଲେ, ବର୍ତ୍ତମାନର ୮୦ ଏମ୍‌ଟିପିଏ ପୋର୍ଟ କ୍ଷମତାକୁ ୨୦୪୭ ସୁଦ୍ଧା ୫୦୦ ଏମ୍‌ଟିପିଏ କରିବା ପାଇଁ ଆଧୁନିକୀକରଣ, ନୂଆ ଭିତ୍ତିଭୂମି ଓ ଓଡ଼ିଶା ମେରିଟାଇମ୍‌ ବୋର୍ଡ ପ୍ରସ୍ତାବିତ ରହିଛି। ସେ ମେରିଟାଇମ୍‌ ସେକ୍ଟରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ହେମନ୍ତ ଶର୍ମା ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ ଓ ମେରିଟାଇମ୍‌ ସେକ୍ଟର ପରସ୍ପରର ଅଭିବୃଦ୍ଧିରେ ସହାୟକ ହେଉଥିବା କହିଥିଲେ। ଓଡ଼ିଶାର ୮-୯% ଆର୍ଥିକ ବୃଦ୍ଧି ରାଷ୍ଟ୍ରୀୟ ହାରକୁ ଅତିକ୍ରମ କରୁଥିବା ସେ କହିଥିଲେ। ଏମ୍‌ପି ଡ. ତରାଇ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ସଂଯୁକ୍ତ ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ସ୍ବାଇଁ ଓଡ଼ିଶାକୁ ଭାରତର ପୂର୍ବମୁଖୀ ମେରିଟାଇମ୍‌ ଗେଟ୍‌ୱେ, ପୂର୍ବୋଦୟ ଓ ସଷ୍ଟେନେବଲ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ର ଡ୍ରାଇଭର୍‌ ଭାବେ ପ୍ରସ୍ତୁତ ବୋଲି କହିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଡେପୁଟି ଚେୟାରମ୍ୟାନ (ଇନ୍‌ଚାର୍ଜ) ଏ.କେ. ସାହୁ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ