Sunday, March 22, 2026
21.2 C
Odisha

    ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, ୨୭ ଡିସେମ୍ବରରେ ପୁରୀ ଓ କୋଣାର୍କ ଗସ୍ତ କରିବେ ସିଇସି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ କି SIR ?  ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।  ଭୋଟର ତାଲିକାରେ ହୋଇପାରେ ବଡ଼ ପରିବର୍ତ୍ତନ ଏପରି ଅନୁମାନ କରାଯାଉଛି। ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଜ୍ଞାନେଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆସନ୍ତାକାଲିଠାରୁ ଓଡ଼ିଶାର ତିନି ଦିନିଆ ସରକାରୀ ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା ‘Special Intensive Revision’ (SIR) କୁ ନେଇ ଚର୍ଚ୍ଚା ଜୋର ଧରିଛି ।

    ୨୦୨୫ ମଧ୍ୟଭାଗରୁ ଦେଶର ଅନେକ ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ SIR ପ୍ରକ୍ରିୟା ଚାଲୁ ରହିଛି ।  ଯଦିଓ ଓଡ଼ିଶାରେ ଏହାର ଆରମ୍ଭ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ, କିନ୍ତୁ CEC ସିଧାସଳଖ BLO ମାନଙ୍କ ସହ ଆଲୋଚନା କରୁଥିବାରୁ ରାଜ୍ୟରେ ଖୁବଶୀଘ୍ର ଏହି ପ୍ରକ୍ରିୟା ଜୋରଦାର ହେବାର ସଙ୍କେତ ମିଳୁଛି ।  ୨୭ ଡିସେମ୍ବରରେ ପୁରୀ ଓ କୋଣାର୍କ ଗସ୍ତ କରିବେ ସିଇସି ।  ୨୮ ଡିସେମ୍ବରରେ ରଘୁରାଜପୁର, ଧଉଳି ଓ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ବୁଲି ଦେଖିବେ। ୨୯ ତାରିଖ ଦିନ CEC ଜ୍ଞାନେଶ କୁମାର BLO ମାନଙ୍କ ସହ ଆଲୋଚନା କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ